ତହସିଲ ସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା ତାଲିମ ଶିବିର |
ତହସିଲ ସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା ତାଲିମ ଶିବିର |
ଝରୀଗାଁ ତା 22/12-(ବ୍ରାହ୍ମ ମୁହୂର୍ତ୍ତ) ନବରଙ୍ଗପୁର ଜିଲ୍ଲା ଝରୀଗାଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମ ଗୁଡିକରେ ଜଙ୍ଗଲ ଜମି ଅଧିକାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯିବା ସକାଶେ ଝରୀଗାଁ ବ୍ଲକ କନଫେରେନ୍ସ ହଲ ଠାରେ ଆଜି ସକାଳ ଏଗାର ଘଟିକା ସମୟରେ ବ୍ଲକ ର ସମସ୍ତ କମ୍ୟୁନିଟି ଆର ଆଇ ଏବଂ ବନ ବିଭାଗ କର୍ମଚାରୀ ମାନଙ୍କ ର ମିଳିତ ସହଯୋଗରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି |ଏହି କାର୍ଯ୍ୟକ୍ରମରେ ତହସିଲଦାର ଶଙ୍କର ପଟ୍ଟନାୟକ ଡବ୍ଲୁ ଇ ଓ ନିହାର ରଞ୍ଜନ ବେହେରା, ରେଞ୍ଜର ଗୋବିନ୍ଦ ନାୟକ, ଏଫ ଆର ଏ ସେଲ କୋଡିନେଟର ମୃତ୍ୟୁଞ୍ଜୟ ନାୟକ, ଆର ସି ଡି ସି ଶିବ ଶଙ୍କର ଦୋରା, ଦୁଷ୍ମନ୍ତ କୁମାର ଓଝା, ଏଫ ଇ ଏସ ର ବିଜୟ ଟପ ପ୍ରମୁଖ ଉପସ୍ଥିତ ରହିଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ଏଫ ଇ ଏସ କର୍ମକର୍ତା ମାନେ ପରିଚାଳନା କରିଥିଲେ |ଏହି ତାଲିମ ରେ ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ଗୋଷ୍ଠୀ ସମ୍ବଳ ର ଅଧିକାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାପନ କରିବା ସକାଶେ ଆଲୋଚନା କରାଯାଇଥିଲା |ଏବଂ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ଉପସ୍ଥିତ ସରକାରୀ ତଥା ଵେସରକାରୀ କର୍ମକର୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି |
Comments
Post a Comment