କୋରାପୁଟ ବିଧାନ ସଭା ଆସନ, ତୃତୀୟ ଥର ବିଜୟ ପାଇଁ ରଘୁରାମଙ୍କ ରଣନୀତି ପ୍ରସ୍ତୁତ

କୋରାପୁଟ (ବ୍ରାହ୍ମ ମୁହୂର୍ତ୍ତ) ଗୋବିନ୍ଦ ଖିଲ ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ - ସାଧାରଣ ନିର୍ବାଚନ ୨୦୨୪ ରାଜ୍ୟ ରାଜ ଦାଣ୍ଡରେ ହାଜର ହେବାକୁ ଆଉ ମାତ୍ର କେତୋଟି ମାସର ଅପେକ୍ଷା ରହିଥିବା ବେଳେ ପ୍ରମୁଖ ରାଜନୈତିକ ଦଳର ନେତା ଓ ବିଧାୟକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି ନିଜ ନିଜ ବିଧାନ ସଭା ଆସନ କିପରି ବଞ୍ଚାଇବାକୁ ହେବ ସେଥିପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତି। ଏହି କ୍ରମରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ ଜିଲ୍ଲା ରାଜନୀତି ଖବର ଆଜିର ସମୟରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷ କରି ଜିଲ୍ଲାର ସଂରକ୍ଷିତ ଆସନ ଗୁଡିକ ମଧ୍ୟରେ ସମୁଦାୟ ୧ଲକ୍ଷ ଛଅଷଠି ହଜାର ଚାରିଶହ ଚାରି ମତଦାତା ବିଶିଷ୍ଟ କୋରାପୁଟ ବିଧାନ ସଭା ଆସନ ପାଇଁ ଆଗାମୀ ଯୋଜନା କିପରି କାର୍ଯ୍ୟକାରୀ କରି ତୃତୀୟ ଥର ପାଇଁ ବିଜୟୀ ମୁକୁଟ ପିନ୍ଧିବାକୁ ହେବ ସେନେଇ ରାଜନୈତିକ ରଣନୀତି ପ୍ରସ୍ତୁତ କରିଛନ୍ତି ବର୍ତ୍ତମାନର ଶାସକ ଦଳର ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡାଲ। କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ମତଦାତାଙ୍କ ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ଗତ ନିର୍ବାଚନ ଗୁଡିକ ଅପେକ୍ଷା ଶ୍ରୀଯୁକ୍ତ ରଘୁରାମ ପଡାଲଙ୍କ ପଲା ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବରେ ଦଶ ପ୍ରତିଶତ ବୃଦ୍ଧି ପାଇବ ବୋଲି ଜିଲ୍ଲାର ରାଜନୈତିକ ପଣ୍ଡିତମାନେ ଭବିଷ୍ୟବାଣୀ ଦେଲେଣି। କିନ୍ତୁ କିପରି କାହିଁକି ଏଭଳି ସଫଳତା ସ୍ରୋତର ବୃଦ୍ଧି ପାଇବ ବୋଲି ଯେତେବେଳେ ଚର୍ଚ୍ଚା ଶୁଣିବାକୁ ମିଳିଲା ସେଥିରେ ସ୍ଥାନୀୟ ବିଧାୟକଙ୍କ ଗାଁ ଗାଁରେ ସରକାରଙ୍କ ବିକଶିତ ଜନ ହିତକାରୀ ଯୋଜନା ହିଁ ଏହାର ପଛରେ ମୂଳ କାରଣ ସାଙ୍ଗକୁ ବିଧାୟକଙ୍କ ଲୋକ ପ୍ରିୟତା। ଏହି ଭବିଷ୍ୟବାଣୀ ପଛରେ ବିଶେଷ କରି ଲମତାପୁଟ ବ୍ଳକ ଏବଂ ବୈପାରିଗୁଡାର ସତୁରୀ ପ୍ରତିଶତ ମତଦାତାଙ୍କ ଅକୁଣ୍ଠ ସମର୍ଥନ ସୃଷ୍ଟି କରୁଛି ସମ୍ଭାବନା ସେତୁ ବନ୍ଧ ବୋଲି ମତପୋଷଣ କରନ୍ତି ବିଶେଷଜ୍ଞ ମାନେ। ଶ୍ରୀ ପଡାଲଙ୍କ ପୁରୁଣା ଇତିହାସ ପୃଷ୍ଠା ଉପରେ ନଜର ପକାଇଲେ ଯେଉଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି ସେଥିରେ ନିଃସନ୍ଦେହ ଯେ, ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନିର୍ଦ୍ଧାରିତ ନିର୍ବାଚନ ଗୁଡିକ ଯଥା ୨୦୦୯ ଓ ୨୦୧୯ ଅପେକ୍ଷା ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସାଧାରଣରେ ରାଜନୈତିକ ପଣ୍ଡିତମାନଙ୍କର ଆଲୋଚନା ହେଉଛି।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।