ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ପକ୍ଷରୁ ଦେବଗଡ଼ ଜିଲ୍ଲା ପ୍ରତିନିଧି ରୂପେ ଦାୟିତ୍ୱ ଗ୍ରହଣ କଲେ ଶରତ କୁମାର ଦାସ
ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଆମ ରାଜ୍ୟ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ସାପ୍ତାହିକ ଓଡ଼ିଆ ଖବରକାଗଜ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ପ୍ରସାରିତ ଏବଂ ଲୋକପ୍ରିୟ ତଥା ଓଡ଼ିଶାର ପୁରପଲ୍ଲୀରୁ ନେଇ ସହରାଞ୍ଚଳର ଖବର ଯାହା କି ଲୋକଙ୍କ ସୁଖଦୁଃଖ ହେଉ ଅବା ସରକାରଙ୍କ ବିକଶିତ ଏବଂ ଜନ ହିତକାରୀ ଯୋଜନା ସମ୍ପର୍କରେ ପ୍ରକାଶିତ ହେଉଥିବା ପ୍ରମୁଖ ଖବର ଗୁଡିକ ପାଠକ ପାଠିକା ମହଲରେ ବେଶ୍ ଆଦୃତ ହୋଇଆସୁଛି। ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ଏହି ଅବସରରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦେବଗଡ଼ ଜିଲ୍ଲା ପାଇଁ ଖବରକାଗଜ ପକ୍ଷରୁ ଜିଲ୍ଲା ପ୍ରତିନିଧି ରୂପେ ସାମ୍ବାଦିକ ଶରତ କୁମାର ଦାସଙ୍କ ଦାୟିତ୍ବ ଗ୍ରହଣ କରିବା ପରେ ଖବରକାଗଜ ସମ୍ପାଦକ ବ୍ରାହ୍ମ ମୁହୂର୍ତ୍ତ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ତିନୋଟି ବ୍ଲକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ ଦେବଗଡ଼ ଜିଲ୍ଲାରେ ଘଟୁଥିବା ଛୋଟ ବଡ଼ ଘଟଣାବଳୀର ଟିକିନିଖି ଖବର ପ୍ରସାରଣ ଲାଗି ସବୁବେଳେ ନିଜ କାର୍ଯ୍ୟ ନିର୍ବାହ କରିଥିବା ଶ୍ରୀ ଦାସ ଦାୟିତ୍ବ ଗ୍ରହଣ କରିବା ପରେ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ପାଇଁ ସବୁବେଳେ ସାଧାରଣ ଲୋକଙ୍କ ହିତରେ ଉଦ୍ଧିଷ୍ଟ ଖବର ପ୍ରସାରଣ ଲାଗି ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଦାସଙ୍କୁ ନିଜ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ଉତ୍ତର ପଶ୍ଚିମ ଓଡ଼ିଶା କାର୍ଯ୍ୟ ନିର୍ବାହ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜିତ କୁମାର ଦାସ। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଶ୍ରୀ ଦାସଙ୍କ ମଙ୍ଗଳ କାମନା କରିଛନ୍ତି ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ କାର୍ଯ୍ୟାଳୟ ସମସ୍ତ କର୍ମକର୍ତ୍ତାମାନେ।
Comments
Post a Comment