ପ୍ରାଣୀ ଚିକିତ୍ସାଳୟରେ ମିଳୁନାହିଁ ଉତ୍ତମ ସେବା।

ପ୍ରାଣୀ ଚିକିତ୍ସାଳୟରେ ମିଳୁନାହିଁ ଉତ୍ତମ ସେବା।

ବୌଦ୍ଧ (ବ୍ରାହ୍ମ ମୁହୂର୍ତ୍ତ): ମନମୁଣ୍ଡା ପ୍ରାଣୀ ଚିକିତ୍ସାଳୟରେ ମିଳୁନାହିଁ ଉତ୍ତମ ସେବା।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ପ୍ରାଣୀ ଚିକିତ୍ସାଳୟ ଡାକ୍ତରଙ୍କ ନାଆଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ।ସରକାରଙ୍କ ପକ୍ଷରୁ ଗାଈ ପାଳନ କରୁଥିବା କୃଷକ ମାନଙ୍କୁ ଗୋରୁ ଗୋହାଲ ଯୋଗାଣ କରୁଥିବା ନେଇ ଏକ ଯୋଜନା ଥିବା ବେଳେ ଉକ୍ତ ଯୋଜନା ରେ ପାତର ଅନ୍ତର କରି ଗୋରୁ ଗୋହାଲ ଯୋଗାଇ ଥିବା ନେଇ ଅଭିଯୋଗ ହୋଇଛି।ଅନ୍ୟପଟେ ଠିକ୍ ସମୟରେ ଭେକେସିନ ର ଅବହେଳା ଯୋଗୁଁ ଅନେକ କୃଷକଙ୍କ ଗୋରୁ ଗାଈ ମୃତ୍ୟୁ ବରଣ କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଗୋରୁ ପାଳକ।ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଛି ଡାକ୍ତର ମହାଶୟ ଠିକ୍ ସମୟରେ ପ୍ରାଣୀ ଚିକିତ୍ସାଳୟ କୁ ଆସୁନଥିବା ବେଳେ ଅନ୍ୟପଟେ କିଛି ହାତ ଗୁଞ୍ଜନା ନଦେଲେ ଡାକ୍ତର ମହାଶୟ କୌଣସି କାମ କରିବା ପାଇଁ ନାରାଜ ବୋଲି ଅଭିଯୋଗ ହୋଇଛି। ମନ ଇଚ୍ଛା ଚିକିତ୍ସାଳୟ କୁ ଆସୁଥିବା ବେଳେ ପିଅନ ହାତରେ ପ୍ରାଣୀ ଚିକିତ୍ସାଳୟ ଚାଲୁଥିବା ନେଇ ନଜିର ରହିଅଛି।ଉକ୍ତ ସମସ୍ତ ସମସ୍ୟାର ସମାଧାନ ଓ ଉକ୍ତ ଡାକ୍ତର ଙ୍କୁ ଖୁବ୍ ଶୀଘ୍ର ବଦଳି କରିବା ନେଇ ପ୍ରଶାସନକୁ ଅନୁରୋଧ କରିଛନ୍ତି ଚାଷୀ।ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।