ଆକାଶଙ୍କ ‘ମିଶନ୍‍ ସବୁଜ କୋରେଇ’ ଅଭିଯାନରେ ବୃକ୍ଷବଣ୍ଟନ

ଆକାଶଙ୍କ ‘ମିଶନ୍‍ ସବୁଜ କୋରେଇ’ ଅଭିଯାନରେ ବୃକ୍ଷବଣ୍ଟନ
ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ-
କୋରେଇ(ବ୍ରାହ୍ମ ମୁହୂର୍ତ୍ତ), ୦୩/୧୨ : ଆଜି ସକାଳ ୧୧ଘଟିକା ସମୟରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍‍ ପାଣିକୋଇଲି ଗ୍ରାମପଞ୍ଚାୟତ ଚାନ୍ଦପୁର ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିରଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ପାଣିକୋଇଲି, ଅଳତିରୀ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶ୍ରୀ ଆକାଶ ଦାସନାୟକ ଚାନ୍ଦପୁର ଗ୍ରାମର ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ମୁରବୀ ଓ ମା’ମାନଙ୍କ ସହିତ ବୃକ୍ଷରୋପଣ କରିଥିଲେ । ପାଣିକୋଇଲି, ଅଳତିରୀ ଗ୍ରାମରେ ୪୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଆମ୍ବ, ପଣସ ଆଦି ଫଳବୃକ୍ଷ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଜଳବାୟୂ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଧନଜୀବନ ହାନୀ ହେଉଛି । ଗଛ ଲଗାଇବା ଦ୍ୱାରା ଏହିସବୁ ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ଶ୍ରୀ ଦାସନାୟକ । ଏହା ସହିତ ଏହି ଗଛ ଛାଇରେ ଲୋକେ ଆରାମ ପାଇବେ, ରାସ୍ତାରେ ଯାତାୟତ କରୁଥିବା ପଥଚାରୀମାନେ ଟିକେ ବିଶ୍ରାମ ନେଇପାରିବେ ଏବଂ ଫଳ ଫଳିଲେ ତା’ର ଫଳ ଖାଇ ଲୋକେ ଭୋକ ମେଣ୍ଟାଇ ପାରିବେ ବୋଲି ଶ୍ରୀ ଦାସନାୟକ କହିଛନ୍ତି । ସଂପ୍ରତି ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜନବସତି ଗଢିଉଠୁଛି । ଲୋକମାନେ ଆବଶ୍ୟକୀୟ ଗୃହ ଉପକରଣ ଏବଂ ଗୃହ ନିର୍ମାଣ କରିବାକୁ ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି । ଏମିତିକି ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରିବାକୁ ପଛାଉନାହାଁନ୍ତି । ଗଛ କାଟିବା ଦ୍ୱାରା ବାୟୂମଣ୍ଡଳରୁ ଆସ୍ତେ ଆସ୍ତେ ଅମ୍ଳଜାନ କମିଯାଉଛି । ଅମ୍ଳଜାନ କମିଯିବାରୁ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ଏହିସବୁ ସମସ୍ୟାରୁ ମୁକ୍ତି ପାଇବାପାଇଁ ଗଛ ଲଗାଇବା ନିତାନ୍ତ ଜରୁରୀ ଅଟେ । ନିଜର କର୍ମମୟ ଜୀବନରୁ ସମୟ ବାହାରକରି ସମସ୍ତଙ୍କୁ କିଛି କିଛି ଗଛ ଲଗାଇବାକୁ ନିବେଦନ କରିଛନ୍ତି । ତାଙ୍କର ଏହି ପ୍ରୟାସ ଆଗାମୀ ପିଢିପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଞ୍ଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଣିକୋଇଲି ଗ୍ରାମପଞ୍ଚାୟତର ପୂର୍ବତନ ସରପଂଚ ବିଷ୍ଣୁଚରଣ ରାଉତ, କଳ୍ପତରୁ ମହାପାତ୍ର, ସୂର୍ଯ୍ୟମଣି ପଣ୍ଡା, ଆନନ୍ଦ ସାହୁ, ଶଶିକାନ୍ତ ମଲ୍ଲିକ, ନିରଞ୍ଜନ ନାୟକ, ପୂର୍ବତନ ସମିତି ସଭ୍ୟ ଏସ୍‍.କେ. ଜହର ଅଲ୍ଲୀ, ସରପଂଚ ପଦ୍ମାବତୀ ପଣ୍ଡା, ବରିଷ୍ଠ ନାଗରିକ ମଂଚ ସଭାପତି ନୃସିଂହ ଦଳାଇ, ମମତା ପଣ୍ଡା, ତାରିଣୀ ପଟ୍ଟନାୟକ, ଆମେ ବିପଦର ସାଥୀର ସମସ୍ତ ସଦସ୍ୟ, ହେଲ୍‍ପିଂ ଗ୍ରୁପ୍‍ର ସଦସ୍ୟ, ପୂର୍ବତନ ସମିତି ସଭ୍ୟ କୁଳମଣି ଦାସ, ଅଶୋକ ବାରିକ, କାର୍ତ୍ତିକ ସାହୁ, ଲକ୍ଷ୍ମୀଧର କରଣ, ମହେନ୍ଦ୍ର ପ୍ରତାପ ସିଂ, ପ୍ରହଲ୍ଲାଦ ପଣ୍ଡା, ୩୩ନଂ ଜୋନ୍‍ ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ମହାନ୍ତି, ରାଜେନ୍ଦ୍ର ରାଉତ, ରମେଶ ଭୂୟାଁ, ଦିବାକର ମହାପାତ୍ର, ନକୁଳ ସାମନ୍ତରାୟ, ଅଶୋକ ସାହୁ, ରାହାସ ମହାନ୍ତି, ଚିତ୍ତରଞ୍ଜନ ନାୟକ, ଗୋପାଳ ସେଠୀ, ଶୁଭଙ୍କର ମହାପାତ୍ର, ବିଜୟ ମହାପାତ୍ର, ଅନାମ ମହାପାତ୍ର, ଦିନବନ୍ଧୁ ସାହୁ, ପଦନ ଦାସ, ମୃତ୍ୟୁଞ୍ଜୟ ନାୟକ, ଜିତେନ୍ଦ୍ର ସିଂହ, ମାଧବାନନ୍ଦ ପରିଡା, ରାଜେନ୍ଦ୍ର ନାୟକ, କଟେଶ୍ୱର ରାଓ, ଅମୂଲ୍ୟ ନାୟକ, ତୁଷାର ସ୍ୱାଇଁ, ତରୁଣ ନାୟକ, ରାଜେନ୍ଦ୍ର ବିହାରୀ, ପିତ ନନ୍ଦ, କୈଳାସ ପଟ୍ଟନାୟକ, ଏସ୍‍.କେ. ସାୱନ୍‍, ରାଜକିଶୋର ପଟ୍ଟନାୟକ,ଗୁଫରାନ ଖାନ୍ ପ୍ରମୁଖ ସହଯୋଗ କରିଥିଲେ ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।