ପୋଖରୀରେ ବୁଡି ଯୁବକ ମୃତ |
ପୋଖରୀରେ ବୁଡି ଯୁବକ ମୃତ |
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 08/12-ପୋଖରୀରେ ବୁଡି ଯୁବକ ମୃତ ଭଳି ଏକ ଦୁଖଦଃ ଘଟଣା ସାମ୍ନାକୁ ଆସିଛି |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମ ର ସ୍ବର୍ଗତ କମଳୁ ସାନ୍ତାଙ୍କ ସାନ ପୁଅ ଦଇନୁ ସାନ୍ତା ଗତକାଲି ପୋଖରୀକୁ ଗାଧେଇବାକୁ ଯାଇ ପାଣିରେ ପାଦ ଖସି ମୃତ୍ୟୁ ବରଣ କରିଛନ୍ତି |ମୃତକଙ୍କ ପରିବାର ଲୋକଙ୍କ କହିବା ପ୍ରକାରେ ସ୍ବର୍ଗତ କମଳୁ ସାନ୍ତାଙ୍କ ସାନ ପୁଅ ଦଇନୁ ସାନ୍ତା (25)ଗତକାଲି ଅପରାହ୍ନ 4ଘଂଟିକା ସମୟରେ ନିଜ ଜମିର ଧାନ ମିଣ୍ଡାଇବା କାମ ସାରି ନିଜ ଘରଠାରୁ ପ୍ରାୟ 200ମିଟର ଦୂରରେ ଥିବା ଏକ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ |ହେଲେ ପାଦ ଖସି ଯିବାରୁ ସେ ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ |ଅନ୍ୟପଟେ ପରିବାର ଲୋକେ କାଲି ରାତିରେ ମଧ୍ୟ ଘରକୁ ନ ଫେରିଲାରୁ ସବୁଆଡେ ଖୋଜାଖୋଜି କରିଥିଲେ |ଆଜି ସଖାଳୁ ଗ୍ରାମର କିଛି ମହିଳା ଓ ପୁରୁଷ ଉକ୍ତ ପୋଖରୀକୁ ଗାଧେଇବାକୁ ଯାଇ ପୋଖରୀ ତୁଠରେ ଦଇନୁଙ୍କ ପିନ୍ଧାବସ୍ତ୍ର ଓ ଚପଲ ଦେଖିବାକୁ ପାଇଥିଲେ ଓ ପରିବାର ଲୋକଙ୍କୁ ଜଣେଇଥିଲେ |ପରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଝରୀଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଶବଟିକୁ ପୋଖରୀ ଭିତରୁ କାଢିଥିଲେ |ପରେ ମୃତକଙ୍କ ଦାଦା ଅସ୍ତୁ ସାନ୍ତା ଗ୍ରାମର ଦୁଇଜଣ ୱାର୍ଡ ମେମ୍ବର ସାଧୁ ସାନ୍ତା ଓ ଶାମ ସାନ୍ତାଙ୍କୁ ଧରି ଝରୀଗାଁ ଥାନାରେ ପହଂଚି ଏକ ଏତଲା ଦେଇଥିଲେ |ଏତଲା ପାଇବା କ୍ଷଣି ଝରୀଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ପଠେଇଥିଲେ |ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି |
Comments
Post a Comment