ବରାଗୁଡାର ଅଧିଷ୍ଠାତ୍ରୀ ଦେବି ମା ଠାକୁରାଣୀଙ୍କ ବାର୍ଷିକ ଦଶହରା ପାଳିତ |

ବରାଗୁଡାର ଅଧିଷ୍ଠାତ୍ରୀ ଦେବି ମା ଠାକୁରାଣୀଙ୍କ ବାର୍ଷିକ ଦଶହରା ପାଳିତ |
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅଧିନସ୍ଥ ବରାଗୁଡା ଗ୍ରାମଠାରେ ଆଜି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଦଶହରା ଧୁମଧାମରେ ପାଳିତ ହୋଇଯାଇଛି । ଗ୍ରାମ ବସିବା ଦିନଠାରୁ ଗ୍ରାମବାସୀ ମା ଠାକୁରାଣୀଙ୍କ ପୂଜାର୍ଚ୍ଚନା ସହିତ ଦଶହରା ପର୍ବ ବଡ଼ ଧୂମଧାମରେ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି |ଗ୍ରାମର ଆଖପାଖ ଗ୍ରାମ କାନାକୋଟ, ନିରୁଣ୍ଡି, କେନ୍ଦୁଗୁଡା, ଗୁଆଳିବେଡା, ରାଣୀଚଚରା, କୁମୁଡାଗୁଡା, ଯାମଢ଼ୋଡା, ଚିତାବେଡା, ଷଣ୍ଡସା, ଜବାଧୋଡ଼ି, ଦେଉଳକୋଣା, କୁହୁରାକୋଟ, ସିନ୍ଦିଗୁଡା, କରସାହାଣ୍ଡି, ବାନୁଆଗୁଡା, ଫଳସଗାଁ, ଫୁଫୁଗାଁ, ନାଂଗାଗୁଡା, ପାଳିଆ, ବାରବାକୋଳି, ପାଉରବେଲି, ପୂର୍ଣ୍ଣିଗୁଡା, ପନକିଆସାହି, ତାରାଯୋଡି, ଟୋକିମାରାଗୁଡା, ଡେଙ୍ଗାଗୁଡା, ପୂଜାରୀଗୁଡା ଆଦି ଗ୍ରାମର ଗ୍ରାମ ଦେବତୀମାନେ ନିମନ୍ତ୍ରିତ ହୋଇ ନିଜ ନିଜର ଲାଠି, ପାଲିଙ୍କି, କୁରଚୀ, ଆଙ୍ଗା, ଶିରା, ପୂଜାରୀ, ଦିଶାରୀ, ଗାଣ୍ଡା, ଚଲାନ ଓ ରଇତ ମାନଙ୍କୁ ସାଙ୍ଗରେ ଧରି ମା ଠାକୁରାଣୀ ମନ୍ଦିରରେ ଆସି ମାଙ୍କ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ |ମା ଙ୍କ ପୂଜାର୍ଚନା ଗ୍ରାମବାସୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ କରାଯିବା ସହିତ ସମସ୍ତ ଦେବଦେବୀ ମଣ୍ଡେଇ ବଜାର ପରିକ୍ରମା କରିଥିଲେ |ମାଙ୍କ ମଣ୍ଡେଇ ଦେଖିବାକୁ ଝରୀଗାଁ ଅଂଚଳର ସହସ୍ରାଧିକ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ ଓ ମଣ୍ଡେଇ ରେ ଆସିଥିବା ଶତାଧିକ ଉଠା ଦୋକାନୀ ମାନଙ୍କ ଠାରୁ କିଣାବିକାର ମଜା ଉଠେଇ ଥିଲେ |ରାତ୍ରିରେ ଦର୍ଶକ ମାନଙ୍କ ମନରଞ୍ଜନ ନିମନ୍ତେ କର୍ଣ୍ଣ ଗୁରୁ ଓ ବାସୁଦେବ ଗୁରୁଙ୍କ ଦୁଇଟା ଦେଶିଆ ନାଟକ ସହିତ ଗୋଟିଏ ରେକର୍ଡ ଡାନ୍ସ ର ମଧ୍ୟ ଆୟୋଜନ କରାଯାଇଥିଲା |ଅଂଚଳର କଳାକାର ମାନେ ରେକର୍ଡ ଡାନ୍ସରେ ଭାଗନେଇ କମିଟି ଦ୍ୱାରା ପୁରସ୍କୃତ ହୋଇଥିଲେ |ପୂଜାରୀ ଜୟଦେବ ପୂଜାରୀ ମା ଙ୍କ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ଶେଷ କରିଥିଲେ |କମିଟି ସଦସ୍ୟ ମାନଙ୍କ ମଧ୍ୟରେ ଟଙ୍କଧର ହରିଜନ, ଏମ ରେଡି ହରିଜନ, ସମାରୁ ମାଝୀ, ଗିରିଧର ଭତରା, କଂଗରାଜ ଭତରା, ଧନେଶ୍ୱର ଗଣ୍ଡ, ଦୁଲସାଏ ଗଣ୍ଡ, ପଦ୍ମନ ମାଝୀ, ଧନୁର୍ଜୟ ଗଣ୍ଡ, ଲମୁଧର, ପୂଜାରୀ, ଭଗବାନ ହରିଜନ, ଲଛମନ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ମଣ୍ଡେଇ ଉତ୍ସବକୁ ସରସ ସୁନ୍ଦର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ |

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।