ମଣ୍ଡେଇ ର ଅବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଚାଷୀ |
ମଣ୍ଡେଇ ର ଅବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଚାଷୀ |
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ) ତା 12/12-ଗତକାଲି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଝରୀଗାଁ ଆର ଏମ ସି ଠାରେ ପ୍ରଶାସନ ପକ୍ଷରୁ ଧାନମଣ୍ଡି ର ଶୁଭ ଉଦଘାଟନ ହୋଇଥିବା ବେଳେ ଧାନମଣ୍ଡି ଉଦଘାଟନକୁ ଚାଷୀ ଖୁସି ନଥିବା ଦେଖିବାକୁ ମିଳିଛି |ବ୍ଲକର ବଡ଼ ବଡ଼ ଚାଷୀମାନେ ଧାନମଣ୍ଡିର ଚାଲିଥିବା ଅବ୍ୟବସ୍ଥା ଉପରେ ନିଜ ନିଜ ପ୍ରତିକ୍ରିୟା ସବୁ ରଖିଛନ୍ତି |ଝରୀଗାଁ ବ୍ଲକ କରସାହାଣ୍ଡି ଗ୍ରାମର ବରିଷ୍ଠ ଚାଷୀ ପଦ୍ମନାଭ ପାଣ୍ଡେ ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ପ୍ରତିବର୍ଷ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଅଧିକାଂଶ ଚାଷୀ ହଟହଟା ହେଉଛନ୍ତି |କମ ମୂଲ୍ୟରେ ସାହୁକାର ମାନଙ୍କୁ ଧାନ ବିକ୍ରିକରି ଶୋଷିତ ହେଉଛନ୍ତି |ନଭେମ୍ବର ମାସ ପୂର୍ବରୁ ହିଁ ମୁଣ୍ଡା ଜମି ଗୁଡିକର ଧାନ ସବୁ ପାଚିଯାଏ |ଚାଷୀ ବିଲ ଧାନ ସବୁ କାଟି ମଲି ପ୍ରଥମେ ନିଜ ଘରକୁ ନେଇ ରଖୁଛନ୍ତି ଓ ଧାନମଣ୍ଡି ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି |ଯାହାଦ୍ୱାରା ବାର୍ଷିକ 30/40ହଜାର ଟଙ୍କା ଉପୁରି ଖର୍ଚ୍ଚାନ୍ତ ହେଉଛନ୍ତି |ଯଦି ମଣ୍ଡି ଠିକ ସମୟରେ ଖୋଲନ୍ତା ତେଵେ ଚାଷୀଙ୍କ ଉପୁରି ଖର୍ଚ୍ଚଟା ବଞ୍ଚି ଯାଆନ୍ତା |ନା ଚାଷୀଙ୍କୁ ଉଠା ଜଳସେଚନ ର ସୁବିଧା ଦିଆଯାଉଛି ନା ଧାନ ବିକ୍ରୟ ପାଇଁ ଖାଲି ବସ୍ତା ଦିଆଯାଉଛି |ଯେଉଁ ଚାଷୀ ଧାନ ବିକ୍ରୟ କରିବ ସେ ଚାଷୀ ନିଜେ ହିଁ ଯେତିକି ବସ୍ତା ର ଆବଶ୍ୟକ ପଡ଼ିବ, ସେତିକି ବସ୍ତା ନିଜକୁ ହିଁ ଯୋଗାଡ଼ କରିବାକୁ ପଡିବ |ସରକାର ଧାନମଣ୍ଡିରେ ଧାନ ବିକ୍ରି କରିଥିବା ଚାଷୀଙ୍କୁ 24ଘଣ୍ଟାରେ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି, ହେଲେ 24ଦିନ ପରେ ମଧ୍ୟ ଚାଷୀଙ୍କୁ ତାଙ୍କ ଧାନ ପଇସା ମିଳୁନି |ତାଛଡା ଓଡିଶା ରାଜ୍ୟ ଅପେକ୍ଷା ଆମ ପଡୋଶୀ ରାଜ୍ୟ ମାନଙ୍କରେ ଧାନର କ୍ରୟମୂଲ୍ୟ ଅଧିକ ରହିଥିବାରୁ ଟଙ୍କାର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଅଧିକାଂଶ ଚାଷୀ ବାହାର ରାଜ୍ୟକୁ ମଧ୍ୟ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ସେ କହିଛନ୍ତି |ଚଳିତ ବର୍ଷ ଝରୀଗାଁ ଅଂଚଳରେ କମ ବୃଷ୍ଟିପାତ ହୋଇଥିବାରୁ ଅନେକ ଚାଷୀଙ୍କ ଜମିରେ ଧାନ ହୋଇନାହିଁ |ତାଛଡା ଅଦିନିଆ ଲଘୁଚାପ ବର୍ଷା ଓ ବାତ୍ୟାରେ ମଧ୍ୟ ଅନେକ ଚାଷୀଙ୍କ ଚାଷ ପ୍ରଭାବିତ ହୋଇଛି ତେଣୁ କଟନୀ ଛଟନି ସାଙ୍ଗକୁ ଧାନର ମାନ ଓ ରଙ୍ଗ କୁ ମଧ୍ୟ ଚାଷୀ ଚିନ୍ତିତ ଥିବା ଜଣାପଡିଛି |ସରକାର ସବୁ ବିଭାଗ ଉପରେ ସୁଦୃଷ୍ଟି ରଖିଥିବା ବେଳେ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଛନ୍ତି |କେବଳ କାଗଜ କଲମ ଓ ଭାଷଣରେ ହିଁ ଚାଷୀମାନଙ୍କ ଉନ୍ନତି ହେଉଛି, ହେଲେ ବାସ୍ତବ ଚିତ୍ରଟା ଭିନ୍ନ ବୋଲି ଚାଷୀମାନେ ପ୍ରତିକ୍ରିୟା ରଖିଛନ୍ତି |
Comments
Post a Comment