ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ୧୧ତମ ଦୁଇ ଦିନିଆ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ୧୧ତମ ଦୁଇ ଦିନିଆ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବ୍ୟାସନଗର; ୨୩/୧୨( ବ୍ରାହ୍ମ ମୁହୂର୍ତ୍ତବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୧ତମ ବାର୍ଷିକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ଅପରାହ୍ନ ୩ ଘଟିକାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିଅମର ପୂର୍ବତନ ନିର୍ଦ୍ଦେଶକ ଡ଼ ଶୁଭେନ୍ଦୁ ପଟ୍ଟନାୟକ, ସମ୍ନାନିତ ଅତିଥି ଭାବେ ଶିକ୍ଷା ଓ ବିକାଶ ମୁଖ୍ୟ ରିଲିଆନ୍ସ ଜିଓ ଡ଼ ମାନସ ରଞ୍ଜନ ତ୍ରିପାଠୀ , ମୁଖ୍ୟ ବକ୍ତା ଭାବେ ଅକ୍ସଫୋର୍ଡ ୟୁନିଭର୍ଶିଟି ପ୍ରେସ ର ରିଶୋର୍ସ ପର୍ସନ ଶ୍ରୀମତୀ ପିତାମ୍ବରି ବାଗ୍ଲା, ପେଡ୍ରିଓଟିକ ଚିକିତ୍ସକ ତଥା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମୀକ ସଂଚାଳକ ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ଓ ଯୋଗେନ୍ଦ୍ର କୁମାର ପଣ୍ଡା ଦୀପ ପ୍ରଜ୍ବଳିତ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିଲେ।
ଏକାଡେମୀକ ସଂଚାଳକ ସୋନିଆ ବେଦୀ
ବିଦ୍ୟାଳୟ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ବାର୍ଷିକ ଉତ୍ସବ ର ମହତ୍ତ୍ଵ ଓ ନୃତ୍ୟ ଗୀତ ପିଲାଙ୍କ ପାଇଁ କେତେ ଜରୁରୀ ବୋଲି ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ଏହି ଦିବସରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ। ସ୍କାଉଟ ମାଷ୍ଟର ଶ୍ରୀମନ୍ତ୍ କୁମାର ରାୟ, ଏନ୍ ସି ସି ମାଷ୍ଟର ସୁକାନ୍ତ କୁମାର ପାତ୍ର ଙ୍କ ଦ୍ଵାରା ପିଲାମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ମ୍ୟୁଜିକ ଶିକ୍ଷକ ପ୍ରିୟରଞ୍ଜନ ବାନାର୍ଜୀ ଙ୍କ ସହ କୁନି କୁନି ପିଲା ମାନେ ସ୍ୱାଗତ ଗୀତ ପରିବେଷଣ କରିଥିଲେ। ଅଧ୍ୟାପିକା ଅନାମିକା ଜଗଦୀଶ ଆଙ୍କରିଂ ଦାଇତ୍ୱ ନିଭାଇଥିଲେ।ସତ୍ୟ ନାରାୟଣ ପଣ୍ଡା,ବଳବିର ସିଂ,ଦୀପକ ରଂଜନ ପାଣିଗ୍ରାହୀ,ସହଦେବ ପଣ୍ଡା,ମଦନ ମୋହନ ମଲ୍ଲିକ, ସୁଭଦ୍ରା ମହାନ୍ତି,ଙ୍କ ଦ୍ଵାରା ମଞ୍ଚ ପରିଚାଳନା କାର୍ଯ୍ୟ ସମ୍ପାଦନ ହୋଇଥିଲା।ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ନୃତ୍ୟ ଗୀତର ମଜା ଉଠାଇଥିଲେ। ଉତ୍ସବର ଦ୍ୱିତୀୟ ଦିନରେ ଥାର୍ଡ ବାଟାଲିୟନ କମାଣ୍ଡେଣ୍ଟ ଏସ ଜେ. ଲୋଚନ ପସାୟାତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Comments
Post a Comment