ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ୨୦୨୩ ପାଳିତ

ଜେଏସପି  ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ୨୦୨୩ ପାଳିତ

 
ଅନୁଗୋଳ: ତା ୦୧. ୧୨. ୨୩ ରିଖ;(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ଵ ଏଡ୍ସ ଦିବସ ୨୦୨୩ ଅବସରରେ ବହୁବିଧ ସଚେତନତା ଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ଅନ୍ୟାନ୍ୟ ଏନଜିଓଙ୍କ ସହଭାଗିତାରେ ପାଳିତ ହୋଇଯାଇଅଛି l  ଏହି ଅବସରରେ ଜେଏସପି ଫାଉଣ୍ଡେସନର କ୍ଷେତ୍ର କାର୍ଯ୍ୟକର୍ତାମାନେ ଲୋକଙ୍କୁ ଏଚଆଇଭି / ଏଡ୍ସ ମହାମାରୀର ପରିଣାମ ବିଷୟରେ ଅବଗତ କରାଇଥିଲେ ଏବଂ ଲୋକଙ୍କୁ ଏହି ମହାମାରୀରୁ କିପରି ନିଜକୁ ରକ୍ଷା କରାଯାୟୀ ପାରିବ ସେଥି ସମ୍ବନ୍ଧରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଜେଏସପି ଫାଉଣ୍ଡେସନର କର୍ମକର୍ତାଙ୍କ ସହ ସାଥୀହୋଇ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ଲାଲ୍ ରିବନ୍ ଟ୍ୟାଗ୍ କରି ସମସ୍ତ କର୍ମଚାରୀ, ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ଗୋଷ୍ଠୀ ସଦସ୍ୟ / ସଦସ୍ୟା ମାନଙ୍କୁ ଲଗାଇବାସହ ଏଚ୍.ଆଇ.ଭି.  ସଂକ୍ରମିତଙ୍କ ପ୍ରତି ସମବେଦନା ଜ୍ଞାମ୍ପନ କରିଥିଲେ। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏଡ୍ସ  ନିୟନ୍ତ୍ରଣ ଏବଂ ନିରାକରଣ ନିମନ୍ତେ ଜାତୀୟ ଏଡ୍ସ  ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବର୍ଷ ତମାମ ସକ୍ରିୟ ସହଯୋଗ ଏବଂ ପ୍ରୟାସ ନିମନ୍ତେ ଜେଏସପି ଫାଉଣ୍ଡେସନକୁ ସମ୍ବର୍ଦ୍ଧିତ କରିଥିଲେ l ଏଠାରେ ସୂଚନାଯୋଗ୍ୟ ଯେ,  ଏଚଆଇଭି / ଏଡସର ମୁକାବିଲା ପାଇଁ ଏକ ନୈତିକ ଭାଗିଦାରୀ ଭାବରେ ଜେଏସପି ଅନଗୁଳ  ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ସୋସାଇଟି ସହିତ ନିଯୁକ୍ତିଦାତା ଆଧାରିତ ମଡେଲରେ ସ୍ୱାକ୍ଷର କରିଅଛି ଏବଂ ଆଜି ପର୍ଯ୍ୟନ୍ତ NACO ନିର୍ଦେଶାବଳି ଅନୁଯାୟୀ ୭ ଲକ୍ଷ ରୁ ଅଧିକ ଜଣଙ୍କୁ ଏଚଆଇଭି ପରାମର୍ଶ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ ଏଚ୍‌ଆଇଭି ପରୀକ୍ଷା କରାଯାଇଛି ଏବଂ ପଜିଟିଭ କେସ କ୍ଷେତ୍ରରେ ସରକାରୀ ଏଆରଟି କେନ୍ଦ୍ରକୁ ଚିକିତ୍ସl ନିମନ୍ତେ ପଠାଯାଉଅଛି l

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।