ଜାଲ୍ ସାର୍ଟିଫିକେଟ ବିକ୍ରୀ ଘଟଣାରେ ଜଣେ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ।

ଜାଲ୍ ସାର୍ଟିଫିକେଟ ବିକ୍ରୀ ଘଟଣାରେ ଜଣେ ଶିକ୍ଷକଙ୍କ ନାମରେ ଥାନାରେ ଅଭିଯୋଗ। 
ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ-
ପୋଲସରା(ବ୍ରାହ୍ମ ମୁହୂର୍ତ୍ତ)୦୪/୧୨:ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ କାରବାରର ପେଣ୍ଠସ୍ଥଳ ପାଲଟିଛି। ଜାଲ୍ ସାର୍ଟିଫିକେଟ ରାକେଟ ଘଟଣାରେ ପୂର୍ବରୁ ଆସିକା ପୁଲିସ ଓ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ଖଲ୍ଲିକୋଟ ଅଞ୍ଚଳରେ ଜାଲ୍ ସାର୍ଟିଫିକେଟ ରାକେଟ କାର୍ଯ୍ଯ କରୁଥିବା ସ୍ପଷ୍ଟ ଜଣାପଡୁଛି। ଏହି ଜାଲ୍ ସାର୍ଟିଫିକେଟ ରାକେଟରେ ଶିକ୍ଷକ, ରାଜନେତାଙ୍କ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଖଲ୍ଲିକୋଟ ଅଞ୍ଚଳର ରତ୍ନେଶ୍ବର ବିଦ୍ଯାପୀଠ,ବି.ଏନ୍.ପଲ୍ଲୀ ର ୭ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ନେଇ ହାଇକୋର୍ଟ ଗଞ୍ଜାମ ଏସପିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଖଲ୍ଲିକୋଟ ଥାନାରେ ୭ଜଣ ଶିକ୍ଷକଙ୍କ ନାମରେ କେସ ନମ୍ବର ୮୧୭/୨୩ ଦଫା ୪୨୦/୪୬୮/୪୭୧ରେ ମାମଲା ରୁଜୁ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରି ନାହିଁ। ସଂପୃକ୍ତ ୭ଜଣ ଶିକ୍ଷକଙ୍କ ମଧ୍ଯ ରୁ ଶିକ୍ଷକ ସନ୍ତୋଷ କୁମାର ସ୍ବାଇଁ ଜାଲ୍ ସାର୍ଟିଫିକେଟ ବିକ୍ରୀ କରିଥିବା ଅଭିଯୋଗ ଥାନାରେ ପହଞ୍ଚିଛି।  ଘଟଣା ସଂପର୍କରେ ଜଣା ପଡିଛି ଯେ  ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମର ଯୁବକ ସନ୍ତୋଷ କୁମାର ସେଠୀ ବିଇଡି କିରିବା ପାଇଁ ଚାହୁଁଥିଲେ। ଶିକ୍ଷକ ସନ୍ତୋଷ କୁମାର ସ୍ବାଇଁ ବିଇଡି କୋର୍ସ କରାଦେବା ପାଇଁ ସନ୍ତୋଷ କୁମାର ସେଠୀଙ୍କ ଠାରୁ ୨୦୧୪ ମସିହାରେ ୭୫୦୦୦ ଟଙ୍କା ନେଇଥିଲେ। ସନ୍ତୋଷ କୁମାର ସ୍ବାଇଁ ଛତ୍ରପତି ସାହୋ ଜୀ ମହାରାଜ ୟୁନିଭରସିଟ୍, କାନପୁର ଉଲ୍ଲେଖ ଥିବା ସାର୍ଟିଫିକେଟ ପ୍ରସ୍ତୁତ କରି ସନ୍ତୋଷ କୁମାର ସେଠୀଙ୍କୁ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସନ୍ତୋଷ କୁମାର ସେଠୀ ଜାଣିବକୁ ପାଇଲେ ଯେଉଁ ସାର୍ଟିଫିକେଟ ପାଇଛନ୍ତି ତାହା ନକଲି ବୋଲି। ସନ୍ତୋଷ କୁମାର ସ୍ବାଇଁଙ୍କୁ ସାକ୍ଷାତ କରି ଅର୍ଥ ଫେରସ୍ତ ମାଗିବାରୁ ହତ୍ଯା ଧମକ ଦେବା ସହ ତାଙ୍କ ଜାତିକୁ ଆକ୍ଷେପ କରି ଗାଳି ଦେବା ନେଇ ଖଲ୍ଲିକୋଟ ଥାନାରେ ଡିସେମ୍ବର ୨ତାରିଖ ଦିନ ଅଭିଯୋଗ କରିଛନ୍ତି। ଗଞ୍ଜାମ ଏସପିଙ୍କୁ ମଧ୍ଯ ଅବଗତ କରାଇଛନ୍ତି। ଶିକ୍ଷକ ସନ୍ତୋଷ କୁମାର ସ୍ବାଇଁ କେତେ ଜଣଙ୍କୁ ନକଲି ସାର୍ଟିଫିକେଟ ବିକ୍ରୀ କରିଛନ୍ତି ଏବଂ କେଉଁ ମାନେ ସାର୍ଟିଫିକେଟ ନେଇ କେଉଁ କେଉଁ ବିଭାଗରେ ଚାକିରୀ କରୁଛନ୍ତି ତଦନ୍ତ କଲେ ଏକ ବଡ ରାକେଟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଖଲ୍ଲିକୋଟ ପୁଲିସ ରାକେଟ କୁ ଠାବ କରିବ ନା ଅଦୃଶ୍ଯ ଚାପରେ ନୀରବ ରହିବ ସମୟ କହିବ। ଜିଲ୍ଲା ଶିକ୍ଷାଧିକାରୀ ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ ହେବା ପରେ ନିର୍ଦ୍ଦିଷ୍ଟ ସମୟରେ ତଦନ୍ତ ନକରିବା ଘଟଣାକୁ ସାଧାରଣରେ  ସମାଲୋଚନା ହେଉଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।