ରାୟଗଡ଼ା ଜିଲ୍ଲାର ଗୁମ୍ମା ଅଙ୍ଗନବାଡ଼ି କେନ୍ଦ୍ର ରେ ମାନ୍ୟବର ଗଭର୍ଣ୍ଣର
ରାୟଗଡ଼ା ଜିଲ୍ଲାର ଗୁମ୍ମା ଅଙ୍ଗନବାଡ଼ି କେନ୍ଦ୍ର ରେ ମାନ୍ୟବର ଗଭର୍ଣ୍ଣର
ରାୟଗଡ଼ା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ୨୨/୧୨/୨୦୨୩ , ଶୁକ୍ରବାର ଆଜି ରାୟଗଡ଼ା ଜିଲ୍ଲାର ସମନ୍ଵିତ ଶିଶୁ ବିକାଶ ବିଭାଗ ରାୟଗଡ଼ା ପ୍ରୋଜେକ୍ଟ ଅନ୍ତର୍ଗତ ଗୁମ୍ମା ସେକ୍ଟର ର ଗୁମ୍ମା ଅଙ୍ଗନବାଡ଼ି କେନ୍ଦ୍ରରେ ମାନ୍ୟବର ଗଭର୍ଣ୍ଣର ଆସି ପହଞ୍ଚିଥିଲେ। ଦିନ ୧୨ ରେ ପହଞ୍ଚି ମାନ୍ୟବର ଗଭର୍ଣ୍ଣର ଶ୍ରୀ ରଘୁବର ଦାସ ସମସ୍ତଙ୍କ ସହ ସାକ୍ଷାତ କରିଥିଲେ। ଶ୍ରୀ ଦାସ ଙ୍କ ସ୍ବାଗତ ନିମନ୍ତେ କୁନିକୁନି ଶିଶୁମାନେ ସ୍ବାଗତ ସଙ୍ଗୀତ ଓ ଅଭିନୟ ପ୍ରସ୍ତୁତ କରିଥିଲେ। ଶ୍ରୀ ଦାସ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଅଙ୍ଗନବାଡ଼ି କେନ୍ଦ୍ର ରେ ଉପଲବ୍ଧ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ତାହା ବୁଝିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରର ଖାଦ୍ୟ ସାରଣୀ ଅନୁସାରେ ଦିଆଯାଉଛି କି ନାହିଁ ତାହା ବୁଝିଥିଲେ। ରନ୍ଧନ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କ ଠାରୁ ବୁଝିଥିଲେ। ପରେ ଅଭିନୟ ଓ ସଙ୍ଗୀତ ପ୍ରସ୍ତୁତ କରିଥିବା କୁନି ଶିଶୁ ମାନଙ୍କୁ ଅଭିଭାଷଣ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ।
Comments
Post a Comment