ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ
ମାଲକାନଗିରି(ବ୍ରାହ୍ମ ମୁହୂର୍ତ୍ତ):-ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧିନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ବସ୍ ରାୟଗଡା ଅଭିମୁଖେ ଯାତ୍ରା କରିଛି। ଏହି ତୀର୍ଥ ଯାତ୍ରୀ ବସ୍ କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ଉପସ୍ଥିତ ରହି ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ତୀର୍ଥଯାତ୍ରୀ ରାୟଗଡା ରେଳ ଷ୍ଟେସନରୁ ଶିରଡି ଓ ନାସିକ ଅଭିମୁଖେ ଯାତ୍ରା କରିବେ। ଆଜି ସମସ୍ତ ୮୭ ଜଣ ତୀର୍ଥଯାତ୍ରୀ ଓ ୩ ଜଣ ସହଯୋଗୀ ଅଧିକାରୀ ରାୟଗଡାରେ ପହଞ୍ଚିବେ ଏବଂ ଆସନ୍ତାକାଲି ଶିରଡି- ନାସିକ ଅଭିମୁଖେ ଯାତ୍ରା କରିବେ। ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଯାତ୍ରୀଙ୍କର ସୁଖଦ ଯାତ୍ରା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଛି। ଆଜି ସମସ୍ତ ଯାତ୍ରୀଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା ଓ ହରେକୃଷ୍ଣ କୀର୍ତ୍ତନିଆ ଉପସ୍ଥିତ ଥିଲେ।
Comments
Post a Comment