ମାବାପ ଛେଉଣ୍ଡ ପୁଅ ଶଙ୍କରର ଥଇଥାନ ପାଇଁ ଗ୍ରାମବାସୀଙ୍କ ଦାବୀ |

ମାବାପ ଛେଉଣ୍ଡ ପୁଅ ଶଙ୍କରର ଥଇଥାନ ପାଇଁ ଗ୍ରାମବାସୀଙ୍କ ଦାବୀ |
ରାମଦାସ ଭତ୍ରାଙ୍କ ରିପୋର୍ଟ
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) ପାଞ୍ଚ ବର୍ଷ ତଳେ ଭିକ ମାଗି ମାଗି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବେଲଗାଁ ପଂଚାୟତ ଅନ୍ତର୍ଗତ କର୍ମରୀ ଗ୍ରାମର ଆଦିବାସୀ ସାହିରେ ପହଂଚିଥିଲେ ଉଭୟ ବାପାପୁଅ |ସେତେବେଳେ ପୁଅର ବୟସ 7ବର୍ଷ ଓ ବାପାର ବୟସ 50ବର୍ଷ |ଉଭୟ ବାପପୁଅ ସକାଳୁ ଭିକ୍ଷାବୃତ୍ତି ପାଇଁ ବାହାରି ଯାଉଥିଲେ ଓ ସନ୍ଧ୍ୟାହେଲେ ଗ୍ରାମକୁ ଫେରୁଥିଲେ |ଯୋଉଠି ଟିକେ ଜାଗା ପାଉଥିଲେ ସେଇଠି ରାତ୍ରି ଯାପନ କରୁଥିଲେ, ଉଭୟ ବାପପୁଅ ଙ୍କ ଏଭଳି ଅବସ୍ଥା ଦେଖି ଗ୍ରାମବାସୀଙ୍କ ମନରେ ଦୟା ପଶିଲା |ଗ୍ରାମର ମେଘରାଜ ନାମକ ଜଣେ ବ୍ୟକ୍ତି ଦୟାବସ ହୋଇ ବାପ ଛବିଲାଲ ଗଣ୍ଡ ଓ ପୁଅ ଶଙ୍କର ଗଣ୍ଡ ଙ୍କ ରାତ୍ରୀଜାପନ ପାଇଁ ନିଜର ଏକ ଝାଟିମାଟି କୁଡ଼ିଆକୁ ଦେଇଥିଲେ |ସେବେଠୁ ବାପପୁଅ ଦୁହେଁ ଦିନ ଯାକ ଗ୍ରାମ ଗ୍ରାମ ବୁଲି ଭିକ ମାଗୁଥିଲେ ଓ ରାତ୍ରୀରେ ଆସି ମେଘରାଜ ଦେଇଥିବା କୁଡ଼ିଆରେ ଶୋଇ ପଡୁଥିଲେ |ସେମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନଥିଲା |ଏପରି ଗାଁ ଲୋକ ସେମାନଙ୍କୁ ତାଙ୍କର ଗାଁ ଠିକଣା ପଚାରିଲେ ମଧ୍ୟ କହିପାରୁନଥିଲେ | ଗତକାଲି ସବୁଦିନ ଭଳି ରାତିରେ ଶୋଇଲା ପରେ ଆଉ ଆଖି ଖୋଲିନି ଛବିଲାଲ | ୧୨ବର୍ଷର ପୁଅ ଶଙ୍କରକୁ ଏକା କରି ସବୁଦିନ ପାଇଁ ଚିରନିଦ୍ରା ରେ ଶୋଇ ପଡ଼ିଲା |ଛବିଲାଲ ର ମୃତ୍ୟୁ ଖବର ଶୁଣି ଗ୍ରାମବାସୀ ଏକତ୍ରିତ ହୋଇ ଛବିଲାଲଙ୍କ ଅନ୍ତିମ ସଂସ୍କାର କରିଛନ୍ତି |ଏବେ ସମସ୍ତଙ୍କୁ ଘାରିଛି ଶଙ୍କର ର ଚିନ୍ତା |ପିଲାଟି ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି |ଯାହାର ଭରଷାରେ ଜୀବନ ଡ଼ଙ୍ଗାରେ ବସିଥିଲା, ସେ ବର୍ତମାନ ଆରପାରିରେ |ପିଲାଟି ସମ୍ପୂର୍ଣ୍ଣ ନିରବୀ ଯାଇଛି |କଣ କରିବ, କେମିତି ବଞ୍ଚିବ, କେଉଁଠିକୁ ଯିବ ଏସବୁ କଥା ଭାବି ଭାବି ଭାଙ୍ଗି ପଡିଛି |ପ୍ରଶାସନ ଏହି ଅନାଥ ବାଳକର ଥଇଥାନ କଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ଦାବୀ କରିଛନ୍ତି |

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।