ରାୟଗଡ଼ା ଜିଲ୍ଲାର ମାଟିକଣା ପଞ୍ଚାୟତ ରେ ବିକଶିତ ଭାରତ ରଥ କୁ ସ୍ଵାଗତ
ରାୟଗଡ଼ା ଜିଲ୍ଲାର ମାଟିକଣା ପଞ୍ଚାୟତ ରେ ବିକଶିତ ଭାରତ ରଥ କୁ ସ୍ଵାଗତ
(ବ୍ରାହ୍ମ ମୁହୂର୍ତ୍ତ) ରବିବାର ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାଟିକଣା ଗ୍ରାମ ପଞ୍ଚାୟତ ରେ ବିକଶିତ ଭାରତ ରଥ କୁ ଆଜି ସ୍ବାଗତ କରାଯାଇଛି। ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟା ରେ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ବସନ୍ତ ଉଲ୍ଲାକା ଯୋଗ ଦେଇଥିଲେ ତତ୍ ସହ ଜେ.କେ ମଣ୍ଡଳ ସଭାପତି ତରୁଣ ଗରଡିଆ, ଗ୍ରାମ ସେବକ ଅଜିତ କୁମାର ହୋତା,ଗ୍ରାମ ପଞ୍ଚାୟତ ସଭାପତି ମୋହନ ତାଡିଙ୍ଗି, ସରପଞ୍ଚ କାମି ତାଡିଙ୍ଗି ସିଏଚଓ ନାରାୟଣ କୁମାର ପ୍ରେମିକା , ପିଇଓ ଶିଶୁ ବିକାଶ ବିଭାଗ ର ମଣ୍ଡଳ ପରିଦର୍ଶୀକା ଶ୍ରୀମତୀ କ୍ରିଷ୍ଣାବେଣୀ ଲିମା , ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ,ଓ୍ବାର୍ଡ ମେମ୍ବର, ସମିତି ସଭ୍ୟ, ସ୍ବୟଂ ସହାୟକ ଗୋଷ୍ଠୀ ମାଆମାନେ ସବୁ ଯୋଗ ଦେଇଥିଲେ। ଉପସ୍ଥିତ ଥିବା ସମସ୍ତଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଉପସ୍ଥାପିତ ଯୋଜନା ର ଲାଭ ସମ୍ପର୍କରେ ଅବଗତ କରାଯାଇଥିଲା। ନିଜକୁ ସଚେତନ ରଖିବା ସହ ସଠିକ ପୋଷଣ ର ଆବଶ୍ୟକତା ବୁଝାଯାଇଥିଲା। ରାୟଗଡ଼ା ର ମାଟିକଣା ରୁ ଦୁର୍ଗା ପ୍ରସାଦ ମାଣ୍ଡାଙ୍ଗି ଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ
Comments
Post a Comment