ବାଉଁଶୁଣି ଓ ଗୋଛାପଡ଼ା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ।
ବାଉଁଶୁଣି ଓ ଗୋଛାପଡ଼ା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ।
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ)- ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣି ଓ ଗୋଛାପଡ଼ା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । ବାଉଁଶୁଣି ଓ ଗୋଛାପଡ଼ା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ କୁ ଉଭୟ ପଂଚାୟତରେ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଇଁଠୁ ମହାଲିକ, ଗୋଛାପଡ଼ା ସରପଞ୍ଚ ପୂର୍ଣ୍ଣିମା ମେହେର ,ସମାଜସେବୀ ଦେବଦତ୍ତ ରଥ ଉପସ୍ଥତ ଥିଲେ ।ବାଉଁଶୁଣି ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ଭୋଇ, ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ, ଉଭୟ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ସମେତ ଅଙ୍ଗୱାଡ଼ି କର୍ମୀ. ଆଶା କର୍ମୀ ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥ ପାଠ କରିଥିଲେ l ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ କରାଯାଇଥିଲା ।
Comments
Post a Comment