ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା
ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା
ଢେଙ୍କାନାଳ;୦୨/୧୨(ବ୍ରାହ୍ମ ମୁହୂର୍ତ୍ତ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ଥିତ ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ବିଜ୍ଞାନ ମେଳା ଶୁକ୍ରବାର ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଜ୍ଞାନ ମେଳାରେ ମୁଖ୍ୟ ଅତଥିଭାବେ ବି ଆର ଏମ କଲେଜ ଅଧ୍ୟାପକ ଜୀବନ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଏସ ଟି ଏନ୍ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ଅକ୍ଷୟ କୁମାର ସାହୁ,ସୁବ୍ରତ କୁମାର ମିଶ୍ର,ହରିହର ମିଶ୍ର ସାଂପ୍ରତିକ ସମାଜର ବିକାଶ ପାଇଁ ବିଜ୍ଞାନ ଓ ବୈଶୟିକ କୌଶଳ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ବିଜ୍ଞାନ ମେଳାରେ ୭୩ ଟି ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଥିଲା।ଶେଷରେ ଅତିଥିଙ୍କ ଦ୍ୱାରା ପ୍ରକଳ୍ପ ଗୁଡ଼ିକର ମୂଲ୍ୟଙ୍କନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପୂର୍ଣ୍ଣ ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ବେହେରା ଛାତ୍ର ଛାତ୍ରୀ ମାନଙ୍କର କୃତିତ୍ୱ କୁ ପ୍ରସଂଶା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
Comments
Post a Comment