ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ,ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ମଣ୍ଡେଇ ୨୦୨୩ ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ,ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ମହୋତ୍ସବ ମଣ୍ଡେଇ ୨୦୨୩ ଅନୁଷ୍ଠିତ
ନବରଙ୍ଗପୁର(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)୧୦/୧୨:ଡିସେମ୍ବର ମାସ ତା ୧୦,୧୧ ଓ ୧୨ ରିଖରେ ମଣ୍ଡେଇ ପଡ଼ିଆ ( ହିର୍ଲି) ଠାରେ ପାଳିତ ହେଇଯାଇଛି ।
ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପିଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେଲା।
ପ୍ରଥମ ଦିନ, ଡ଼ କମଳଲୋଚନ ମିଶ୍ରଙ୍କ ଅଧକ୍ଷତା ଆୟୋଜିତ ଏହି ମଣ୍ଡେଇ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଅନୁସୂଚିତ ଜାତି ଜନଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ଥିଲେ ।
ସେ କହିଛନ୍ତି କଳା ଓ ସାଂସ୍କୃତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲାକୁ ଆଗକୁ ନେବାକୁ ସାମୁହିକ ଉଦ୍ୟମ କରିବା ପାଇଁ ମନ୍ତ୍ରୀ ସାରକା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାନିତ ଅତିଥି ଭାବେ ସାଂସଦ ରମେଶଚନ୍ଦ୍ର ମାଝି, ଡାବୁଙ୍ଗା ବିଧାୟକ ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସ୍ଵତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ,ସ୍ଵତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଉପେଦ୍ର ଗଣ୍ଡ, ଉଠା ଜଳସେଚନ ବିଭାଗ ପ୍ରମୋଦ ପାଢ଼ୀ, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଓଡ଼ିଶାର ଜିଲ୍ଲା ସଂଯୋଜିକା ମଞ୍ଜୁଳା ମାଝୀ , କଂଗ୍ରସ ଜିଲ୍ଲା ସଭାପତୀ ମୁନ୍ନା ତ୍ରୀପାଠୀ, ଅତିରିକ୍ତ ଜିଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରି ଅନ୍ୟା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଭିମାରାମାଣୀ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାରମ୍ଭର ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ,ପଞ୍ଜାବର ଭାଙ୍ଗଡ଼ା, ସମ୍ବଲପୁରର ଡାଲଖାଇ , ବଲାଙ୍ଗୀର ଡାପ ଏବଂ ସମେତ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶ୍ରୀଯୁକ୍ତ ପ୍ରଦିପ ମାଝି କହିଛନ୍ତି ମଣ୍ଡେଇ ମହୋତ୍ସବ ଜିଲ୍ଲାକୁ ପରିଚୟ ଦେଇଛି ଏବଂ ଆଦିବାସୀ କଳା ଓ ସଂସ୍କୃତିକୁ ପୁନଃ ଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏସିଡିସିକୁ ୬୦୦ କୋଟି ଟଙ୍କା ଦେଇଛନ୍ତି ।
ଡାଲଖାଇ ଗୀତରେ ବିଧାୟକ ରନ୍ଧାରି ଓ ଜିଲ୍ଲାପାଳ ଡ଼. ମିଶ୍ର ମଞ୍ଚରେ ନାଚିଥିଲେ, ଦର୍ଶକଙ୍କ ତାଳିମାଡ ରେ ମଣ୍ଡେଇ ପଡ଼ିଆ ପ୍ରକମ୍ପିତ ଉଠିଥିଲା ।
Comments
Post a Comment