ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

 ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ 
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ) ବ୍ଳକ ଅନ୍ତର୍ଗତ ମୁଣ୍ଡିପଦର ଓ ତାଳସରଡା ପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ମୁଣ୍ଡିପଦର ସରପଞ୍ଚ ସୁରୁଚି ଧଳ, PEO ସୌଦାମିନୀ ନାୟକ,  ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି , ବରିଷ୍ଠ BJP ନେତା କହେଁଇ ଚରଣ ଡାଙ୍ଗ,  ତାଳସରଡା ସରପଂଚ ସସ୍ମିତା ପାଣ୍ଡେ , ତାଳସରଡା GRS ଅମିତ କର୍ଣ୍ଣ, PEO ପ୍ରଣୀତ ଗୋପାଲ ପ୍ରମୁଖ ଯୋଗ ଦେଇଥିଲେ l ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ସଂକଳ୍ପ ଯାତ୍ରାର ପୁସ୍ତିକା ଓ କ୍ୟାଲେଣ୍ଡର ବଣ୍ଟନ କରାଯାଉଛି ।  ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ  କରାଯାଇଥିଲା ।  ସ୍ୱାସ୍ଥ୍ୟ ଓ କୃଷି ବିଭାଗ ପକ୍ଷରୁ କେମ୍ପ କରାଯାଇ କାର୍ଯ୍ୟକ୍ରମ କରାଯାଇଥିଲା l  ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ କୁ ପଂଚାୟତରେ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକେ , ଅଂଗନାବାଡି କର୍ମୀ. ଆଶା ଦିଦି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।