ରାୟଗଡ଼ା ଜିଲ୍ଲାର ଡାଙ୍ଗଲଡି ଗ୍ରାମ ପଞ୍ଚାୟତ ରେ ଚଇତି ଅନୁଷ୍ଠିତ।
ରାୟଗଡ଼ା ଜିଲ୍ଲାର ଡାଙ୍ଗଲଡି ଗ୍ରାମ ପଞ୍ଚାୟତ ରେ ଚଇତି ଅନୁଷ୍ଠିତ।
15/12/2023 (ବ୍ରାହ୍ମ ମୁହୂର୍ତ୍ତ)-ରାୟଗଡ଼ ଜିଲ୍ଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଡାଙ୍ଗଲଡି ଗ୍ରାମ ପଞ୍ଚାୟତ ର ପେନିକଣା ହାଇସ୍କୁଲ ପଡିଆ ପରିସରରେ ଚଇତି-୨୦୨୩ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଦିବାସୀ କଳା ଓ ସଂସ୍କୃତି ତଥା ସ୍ଥାନୀୟ କଳା ଓ ସଂସ୍କୃତି ଉପରେ ଆୟୋଜନ କରାଯାଇଥିଲା। ଏଥିରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ ସମନ୍ଵିତ ଶିଶୁ ବିକାଶ ବିଭାଗ ର ସିଡିପିଓ ,କର୍ମୀ , ଆଶା , ଅଙ୍ଗନବାଡ଼ି କର୍ମୀ , ଗୋଷ୍ଠୀ ଉନ୍ନୟନ ବିଭାଗ ର ସମସ୍ତ କର୍ମକର୍ତ୍ତା , କୃଷି ବିଭାଗ ର ସମସ୍ତ କର୍ମକର୍ତ୍ତା, ସମସ୍ତ ସାମ୍ବାଦିକ , ପ୍ରେସ କ୍ଲବ ର ମେମ୍ବର , ଏସ ଡିପିଓ , ଆଇଆଇସି, ବ୍ଲକ ଅଧିକାରୀ , ସମସ୍ତ ପଞ୍ଚାୟତ ସମିତି କର୍ମକର୍ତ୍ତା ଙ୍କ ସହ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ଲୋକନୃତ୍ୟ କଳା ପରିବେଷଣ କରାଯାଇଥିଲା । ରାୟଗଡ଼ା ଜିଲ୍ଲା ଡାଙ୍ଗଲଡି ଗ୍ରାମ ପଞ୍ଚାୟତ ରୁ ଦୁର୍ଗା ପ୍ରସାଦ ମାଣ୍ଡାଙ୍ଗି ଙ୍କ ରିପୋର୍ଟ ବ୍ରାହ୍ମ ମୁହୂର୍ତ୍ତ
Comments
Post a Comment