ପିପୁଲ୍ସ ଓ୍ଵେଲଫେୟାର ସଜେସନ ଫୋରମ୍ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

 ପିପୁଲ୍ସ ଓ୍ଵେଲଫେୟାର ସଜେସନ ଫୋରମ୍ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି
 
ଭଦ୍ରକ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ତା ୨୫/୧୨/୨୦୨୩ ରିଖ ଦିନ ଭଦ୍ରକର ରୋଟାରି କ୍ଳବ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି I ଫୋରମର ଅଧ୍ୟକ୍ଷ ଡ଼ ନନ୍ଦ ନନ୍ଦନ ଦାସ, ପିପୁଲ୍ସ ଓ୍ଵେଲଫେୟାର ସଜେସନ ଫୋରମ୍ ର ବାର୍ଷିକ ଉତ୍ସବ ତା ୨୫.୧୨.୨୦୨୩ ରେ ଭଦ୍ରକର ରୋଟାରି କ୍ଳବ ଠାରେ ଅନୁଷ୍ଠିତ ହୋଇଅଛି I ଫୋରମର ଅଧ୍ୟକ୍ଷ ଡ଼ ନନ୍ଦ ନନ୍ଦନ ଦାସ, ପୂର୍ବତନ ସମ୍ପାଦକ ଓ୍ଵାର୍କ୍ସ ଅଧ୍ୟକ୍ଷ, ପିଡବ୍ଲ୍ୟୁଏସଏଫ ଏଥିରେ ଅଧ୍ୟକ୍ଷତା କରିଥିଲେ I ଡ଼ ଦାସ ପ୍ରଧାନ ମନ୍ତ୍ରୀଙ୍କର ଉପଦେଷ୍ଟା ଭାବେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରସବୁ ୯ ଖଣ୍ଡ ପୁସ୍ତକରେ LETTERS TO THE HON'BLE PRIME MINISTER ପ୍ରକାଶିତ ପୁସ୍ତକ ବିଷୟରେ ଜଣାଇଥିଲେ I ଡ. ଦାସ ମଧ୍ୟ ଜଣାଇଥିଲେ ଯେ ଏହି ପୁସ୍ତକ ଗୁଡିକ ଯେକୋଣସି ଦେଶ ମାନିଲେ ସେ ଦେଶ ସବୁ ଉନ୍ନତ ହୋଇପାରିବେ Iଏହା AMAZON ଦ୍ୱାରା ପ୍ରକାଶିତ ହୌଇଛି I ଶ୍ରୀ ଅମ୍ବିକା ସ୍ୱାଇଁ (Chairman Award Committee, Rotary Club) ପୁସ୍ତକ ପଦର୍ଶନୀ କରିଥିଲେ ଓ ଶ୍ରୀ ପବିତ୍ର ପାଣିଗ୍ରାହୀ, Ex-Principal ନୂତନ ପୁସ୍ତକ ଉନ୍ମୋଚନ  କରଥିଲେ I ଶ୍ରୀ  ଶ୍ରୀନନ୍ଦନ ଦାସ, S.D.E Inpixon ମଂଚକୁ ଅତିଥି ମନକୁ ଆମନ୍ତ୍ରଣ  କରିଥିଲେ I ଶ୍ରୀ ବରଦା ପ୍ରସନ୍ନ ଦାସ, Secretary , PWSF ( Ex-Director P&IR) ଅତିଥିଙ୍କର ପରିଚୟ ଦେଇଥିଲେ ଓ ଶ୍ରୀମତୀ ପୁର୍ଣିମା ମିତ୍ର, Prof. NIIS, ଏ ଦିନଟି  ଡ୍ର ନନ୍ଦ ନନ୍ଦ ଦାସ ଙ୍କର ଜନ୍ମଦିନ ବୋଲି ଦର୍ଶାଇ, ପୁସ୍ତକ ବିଷୟରେ ସୂଚନା ଦେଇଥିଲେ I ଏ ଅଧିବେଶନ ରେ LETTERS TO THE HON'BLE PRIME MINISTER FOR DEVELOPED INDIA AND ROLE OF MEDIA ବିଷୟରେ ଆଲୋଚନା ହୋଇଥିଲା I ଶ୍ରୀ ଅରବିନ୍ଦ ଦାସ, Chief General Manager, SAMBAD, ସାମ୍ବାଦିଙ୍କର ଭୂମିକା ବିଷୟରେ ଦର୍ଶାଇଥିଲେ I PWSF ର ବିଶେଷ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଉମାଶଙ୍କର ମିଶ୍ର, World Watch ମାସିକ ପତ୍ରିକାର Editor In Chief ଙ୍କୁ ଓ ଶ୍ରୀ ଜ୍ଞାନ ଦାସ, Ex-Chief Engineer(Electrical) ଙ୍କୁ ସମ୍ମାନିତ କରାଯାଇଥିଲା I ଶ୍ରୀ ପ୍ରଶାନ୍ତ ସାହୁ, Head Master ଧନ୍ୟବାଦ ଅର୍ପର୍ଣ କରିଥିଲେ I ଏଥିରେ  ରୋଟାରୀ କ୍ଲବର ସଦସ୍ୟ ମାନେ, ଭଦ୍ରକ ବାସି ଓ ସାମ୍ବାଦିକଙ୍କ ସହଯୋଗ ଦ୍ୱାରା ଏପରି ସମାବେଶ ସଫଳ ହୋଇପାରିଛି I

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।