କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ
କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ
କଣ୍ଟାମାଳ (ବ୍ରାହ୍ମ ମୁହୂର୍ତ୍ତ) ଓଡ଼ିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ “ନୂଆ-ଓ” ଯୋଜନା ଅବସରରେ ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳ ପରିସରରେ ପ୍ରଥମ ଥର ପାଇଁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି l ଏହି ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର୍ ରେଡ୍ କ୍ରସ୍ ଅଫିସର୍ ଶ୍ରୀ ବନମାଳୀ ମେହେର୍ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ସେଇଭଳି, ସ୍ଵତନ୍ତ୍ର ଅଥିତି ଭାବରେ ମହାବିଦ୍ୟାଳୟର ବରିଷ୍ଠ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ଯତୀନ କୁମାର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହ ସମସ୍ତ ରକ୍ତଦାତା ମାନଙ୍କୁ ଏଭଳି ମହାନ୍ କାର୍ଯ୍ୟ ପାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ l ଏହି ଶିବିରରେ ମୋଟ୍ ୩୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିରକୁ ସାମାଜିକ କାର୍ଯ୍ୟ କଳାପ ବିଭାଗର ନୋଡାଲ୍ ଅଫିସର୍ ଶ୍ରୀ ସମୀର ମେହେର ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ସାହୁ ଓ ଅଧ୍ୟାପକ ନୀଳମଣି ମଲ୍ଲିକ ସହଯୋଗ କରିଥିଲେ l ଏଥିରେ ଶତାଧିକ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରି ରକ୍ତଦାନ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Comments
Post a Comment