ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବିଳମ୍ବିତ ରାତିରେ
ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବିଳମ୍ବିତ ରାତିରେ
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ):- ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରିନେଇଛନ୍ତି ଦୁର୍ବୁତ୍ତ, ଯାହା ଚୋରି କରାଯାଇଥିବାର ଦୃଶ୍ୟ ସି ସି ଟିଭି ରେ କଏଦ ହୋଇଛି, ସୂଚନା ପ୍ରକାରେ ପ୍ରତିଦିନ ଭଳି ଜଗନ୍ନାଥ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖି ଚୋରି ହୋଇଥିବା ସନ୍ଦେହ କରିଥିଲେ ତା ସହ ମନ୍ଦିର କମିଟିକୁ ଜଣେଇବା ପରେ ଭିତରେ ହୁଣ୍ଡି ନଥିବା ଦେଖିବାକୁ ପାଇଲେ ଖୋଜାଖୋଜି ପରେ ହୁଣ୍ଡୀଟି ରୋଷେଇ ଘର ପଛପଟେ ରଖାଯାଇଥିବା ବେଳେ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ନେଇଯାଇଥିଲେ, ତେବେ ଆଜକୁ ଦୁଇବର୍ଷ ହେବ ହୁଣ୍ଡି ଖୋଲା ଯାଇନଥିବା ବେଳେ ହୁଣ୍ଡିରେ ଆନୁମାନିକ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ଥିବା କୁହାଯାଇଛି
Comments
Post a Comment