ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ
ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ
ଯାଜପୁର;୧୦/୧୨(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ି କୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା ।ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ ଭାଇ କୁ ଆକ୍ରମଣ କରିଥିଲା । ଆକ୍ରମଣରେ ବଡ ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ବରି ରାମଚନ୍ଦ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି ।
Comments
Post a Comment