ଠାକୁରମୁଣ୍ଡା ବ୍ଲକ ସ୍ତରୀୟ ଏକ ଦିବସୀୟ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା କର୍ମଶାଳା ଅନୁଷ୍ଠିତ

ଠାକୁରମୁଣ୍ଡା ବ୍ଲକ ସ୍ତରୀୟ ଏକ ଦିବସୀୟ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା କର୍ମଶାଳା ଅନୁଷ୍ଠିତ
ଠାକୁରମୁଣ୍ଡା/ମୟୁରଭଞ୍ଜ (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-:   ଅଦ୍ୟ ତାରିଖ ୧୩/୧୨/୨୦୨୩ - ରାଜ୍ୟର ଅଗ୍ରଣୀ ସ୍ଵେଛା ସେବୀ ଅନୁଷ୍ଠାନ ଆମେରିକାନ ଇଣ୍ଡିଆ ଫାଉନ୍ଡେଶନ ଓ ଜିଲା ଶିକ୍ଷା ବିଭାଗର ମିଳିତ ଅନୁକୂଲ୍ୟରେ ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ – ଠାକୁରମୁଣ୍ଡା ଠାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ବ୍ଲକର ୧୦୦  ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା ଉପରେ ଏକ ଦିବସୀୟ ବ୍ଲକ ସ୍ତରୀୟ କର୍ମଶାଳ ଆୟୋଜନ କରାଯାଇଥିଲା। ଶ୍ରୀ ସୁବ୍ରତ କ୍ଷେତ୍ରୀୟ - କର୍ମଶାଳା ପରିଚାଳନା କରି କର୍ମଶାଳାର ଉଦ୍ଦେଶ୍ୟ ଜଣାଇଥିଲେ। ଶ୍ରୀ ରାଜ କମଲ ଶର୍ମା ବରିଷ୍ଠ ରାଜ୍ୟ ପ୍ରକଳ୍ପ ଅଧିକାରୀ – ଆମେରିକାନ ଇଣ୍ଡିଆ ଫାଉନ୍ଡେଶନ , ପ୍ରକଳ୍ପର ବିଭିନ୍ନ  ବିଷୟରେ ଉପରେ ଆଲୋକପାତ କରି ଥିଲେ। ଉକ୍ତ କର୍ମଶାଳା ରେ ମାନସିକ ସ୍ୱାସ୍ଥ୍ୟ ପ୍ରଶିକ୍ଷକ ଶ୍ରୀମତୀ ୟଶୋଧାରା, ମାନସିକ ସ୍ଵାସ୍ଥ୍ୟ ଓ ସୁସ୍ଥାବସ୍ଥା ଉପରେ ତାଲିମ ପ୍ରଦାନ କରି ଥିଲେ।  ତାଲିମ କର୍ମଶାଳା ସମାଜ କଲ୍ୟାଣ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। କର୍ମଶାଳକୁ ସଫଳ କରିବାରେ ଆମେରିକାନ ଇଣ୍ଡିଆ ଫାଉନ୍ଡେଶନ ର ସମସ୍ତ କର୍ମୀ ସାହାଯ୍ୟ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମୋହନ୍ତ, ପ୍ରଧାନ ଶିକ୍ଷକ , ସରକାରୀ ଉଚ୍ଚ ବିଦ୍ୟାଳୟ , ଠାକୁରମୁଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ତାଲିମ ସାଙ୍ଗ କରି ଥିଲେ ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।