ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ  
  ହରଭଂଗା(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):-ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ 92 ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି l  ଏହି ଶିବିରରେ ସମୁଦାୟ 139 ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ 136 ଗୋଟି ବ୍ୟକ୍ତିଗତ ମାମଲା ଓ 3 ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଏହି ଶିବିରରେ 92 ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ହରଭଂଗା ବ୍ଲକର  ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇ ନିଜ ନିଜ ଆପତ୍ତି ଅଭିଯୋଗ ଦାଖଲ କରିଥିଲେ l ଆସିଥିବା ଆପତ୍ତି ଅଭିଯୋଗ ଗୁଡିକର ଜିଲାପାଳ ଶୁଣାଣି କରି ସମାଧାନ କରିବା ପାଇଁ ଆବଶ୍ୟକ ପଦକ୍ଷପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଶିବିରରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,  ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।