ବାଉଁଶୁଣି ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ମେଳା

ବାଉଁଶୁଣି ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ମେଳା  ।
ବୌଦ୍ଧ(ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)- ବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜ଼ିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନିଯୁକ୍ତି ମେଳା ୨୦୨୩ ବୁଧବାର ଅନୁଷ୍ଠିତ ହୋଇଯାଇଛି। ମେଳାରେ ଓରମାସର ଡେପୁଟି ସି.ଇ.ଓ. ଶିବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଉଁଶୁଣିର ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିରେ। ମଞ୍ଚାସିନ ଅତିଥି ଭାବେ ବିଦ୍ୟାଳୟର ତର୍କଶାସ୍ତ୍ର ଅଧ୍ୟାପକ ମକର ମହାରଣା ଓ ଓଡ଼ିଆ ଅଧ୍ୟାପକ ଦେବାର୍ଚ୍ଚନ ବେହେରା ଉପସ୍ଥିତ ଥିଲେ। ଜ଼ିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ସୁଶାନ୍ତ  ନାଏକଙ୍କ ଦ୍ୱାରା ପରିଚାଳିତ ଶିବିରରେ ମୋଟ ୫୦୬ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଏଥିରେ ଯୋଗଦେଇ ଥିଲେ। ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପରେ ୩୬୯ ଜଣଙ୍କୁ ଚୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୯୭ ଜଣଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଥିବା ବେଳେ ୧୭୨ ଜଣଙ୍କୁ ସିଧାସଳଖ କାମରେ ଯୋଗ ଦେବା ପାଇଁ ଚିହ୍ନଟ କରାଯାଇଅଛି। ଶିବିରରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ଟି ନିଯୁକ୍ତିଦାତା ସଂସ୍ଥାର ପ୍ରତିନିଧି ଓ ୧୧ ଟି ଦକ୍ଷତା ବୃଦ୍ଧି ତାଲିମ ଦାତା ସଂସ୍ଥା ଯୋଗ ଦେଇଥିଲେ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।