ଓୟୁଜେ ସଂଘ ପକ୍ଷରୁ ୨୬ତମ ପ୍ରତିଷ୍ଠା ଦିବସ ପାଳନ

ସନ୍ଦୋଷ କୁମାର ପଣ୍ଡାଙ୍କ ରିପୋର୍ଟ-

ଭୁବନେଶ୍ୱର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ):- ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ରୂପେ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ଖବର ମାନଙ୍କରେ ସବୁବେଳେ ସଭିଙ୍କ ମୁହଁରୁ ସବୁଠାରେ ଶୁଣିବାକୁ ମିଳେ ଏବଂ କୁହାଯାଏ।  ସେହି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁବିଧା ଅସୁବିଧା ସମସ୍ୟା ନେଇ ଗଠିତ ରାଜ୍ୟ ସ୍ତରୀୟ ସଂଘ ଆମ ରାଜ୍ୟରେ ବହୁ ସଂଖ୍ୟାରେ ଅଛନ୍ତି। ସେହି ସଂଗଠନ ମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂଗଠନ ଓଡିଶା ସାମ୍ବାଦିକତା ୟୁନିୟନ  (ଓୟୁଜେ) ଅନ୍ୟତମ। ସଂଗଠନ ଏହି ଅବସରରେ ତା'ର ୨୬ତମ ରାଜ୍ୟ ସ୍ତରୀୟ ପ୍ରତିଷ୍ଠା ଦିବସ  ଜୟଦେବ ଭବନରେ  ପାଳନ କରିଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇଥିଲେ  ତତ୍ ସହିତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଭୁବନେଶ୍ୱର (ମଧ୍ୟମ) ବିଧାୟକ ଅନନ୍ତ ନାରାୟଣ ଜେନା,   ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ l  ସାମ୍ବାଦିକମାନଙ୍କ ସମସ୍ୟା ଓ ଦାବୀ ପ୍ରତି ରାଜ୍ୟ ସରକାର ଅବଗତ ଅଛନ୍ତି ଓ ଆଗମୀ ଦିନରେ ଓୟୁଜେ ଯେଉଁସବୁ ଦାବି ସାମ୍ବାଦିକ ମାନଙ୍କ ହକ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି ତାହା ପୂରଣ କିମ୍ବା ବିଚାର କରି ପୂରଣ କରାଯିବ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ନିଜ ବକ୍ତବ୍ୟରେ କହିଛନ୍ତି l ଓୟୁଜେର ୨୬ ତମ ବାର୍ଷିକ ଅଧିବେଶନରେ  ସାମ୍ବାଦିକ ଜଗତର ଉଦୟମାନ   ଆଠ ଜଣ  ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଲକ୍ଷ୍ମୀଧର ମହାପାତ୍ର , ଥବିର ସାମଲ, ଜଗଦୀଶ ଦାସ, ସ୍ଵାତୀ ଜେନା, ଶୁଭ ଦର୍ଶନୀ ମିଶ୍ର ନବୀନ ସାହୁଙ୍କୁ ସମ୍ବର୍ଦ୍ଧତ କରାଯାଇଛି.  ସାମ୍ୱାଦିକମାନଙ୍କୁ  ଅବସର କାଳିନ ପେନସନ ଦେବା ସହ  ଲୋକସଭା ଭବନ ପ୍ରବେଶ ଉପରେ  ଥିବା  କଟକଣା ଉଠାଇବା ନେଇ ଦୃଢ଼ତାର ସହ  ଏହି  ପ୍ରସଙ୍ଗ ସଭାରେ ଉଠାଯାଇଥିଲା.  ସେପଟେ ଓୟୁଜେର  ପ୍ରତି ବର୍ଷ ହେଉଥିବା  ସଦସ୍ୟତା ନିର୍ବାଚନରେ ପୁଣି ଥରେ  ସଭାପତି ଭାବେ  ନିର୍ବାଚିତ ହୋଇଛନ୍ତି  ପ୍ରସନ୍ନ ମହାନ୍ତି l ପ୍ରତିଷ୍ଠା ଦିବସରେ ଓଡ଼ିଶାର ସବୁ ଜିଲ୍ଲାରୁ ପ୍ରାୟ ୭୦୦ରୁ ଅଧିକ ସାମ୍ବାଦିକ ସାମିଲ ହୋଇଥିଲେ l ଶେଷରେ ସଂଘର ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଧନ୍ୟବାଦ ଅପର୍ଣ କରିଥିଲେ l

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।