ଲମତାପୁଟ ବ୍ଳକ ଅନ୍ତର୍ଗତ ବାଦିଗଡ ଗ୍ରାମ ପଞ୍ଚାୟତର ବକୁଳ ଅନ୍ତର୍ଗତ ଅନୁଗୁପୁଟ୍, ଅଞ୍ଚେଇପଡା ଗାଁ ବିକାଶ ଠାରୁ ଦୂରରେ
ଲମତାପୁଟ/କୋରାପୁଟ (ବ୍ରାହ୍ମ ମୁହୂର୍ତ୍ତ):-
ରାଜ୍ୟ ସରକାରଙ୍କ ଦ୍ୱାରା ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଆଜି ବି ଅନେକ ଗାଁରେ ସରକାରଙ୍କ ବିକଶିତ ଯୋଜନା ଅପହଞ୍ଚ। ଏଭଳି ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାର ଲମତାପୁଟ ବ୍ଳକ ଅନ୍ତର୍ଗତ ବାଦିଗଡ ଗ୍ରାମ ପଞ୍ଚାୟତର ବକୁଳ ଅନ୍ତର୍ଗତ ଅନୁଗୁପୁଟ୍,ଅଞ୍ଚେଇପଡା ଗାଁ ରେ ରାସ୍ତା କାମକୁ ନେଇ। ବାରମ୍ବାର ବ୍ଲକ ପ୍ରଶାସନ କୁ ଅଞ୍ଚଳ ବାସୀ ରାସ୍ତା କାମ ପାଇଁ ଅଭିଯୋଗ କରି ଆସୁଥିଲେ ମଧ୍ୟ ତାଙ୍କ କଥା କିଏ ଶୁଣି ନଥିଲେ। ଗ୍ରାମ ବାସୀ ବାଧ୍ୟ ହୋଇ ଏ ବିଷୟ ପୂର୍ବତନ ସରପଞ୍ଚ କୁଞ୍ଜଲତା ବାଢାମ୍ ଓ ସମିତି ସଭ୍ୟା ଲଛମା ଶିଶା ଙ୍କ ସହିତ ୪୦ ଜଣ ଅଞ୍ଚଳ ବାସୀଙ୍କୁ ସାଙ୍ଗରେ ନେଇ କୋରାପୁଟ ଜିଲ୍ଲାପାଳ ଓ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଫିସର ଦ୍ବାରସ୍ଥ ହେଇଛନ୍ତି ଓ ରାସ୍ତା କାମ ପାଇଁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଗାଆଁ କୁ କାମ ମାଆକୁ ସମ୍ମାନ କଥା କହୁଥିବା ରାଜ୍ୟ ବିଜେଡି ସରକାର ଏଠାରେ ସାବତ ମା ମନୋଭାବ ପୋଷଣ କରୁଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଉଚିତ୍ ଜବାବ ଦେବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଲମତାପୁଟ ବ୍ଳକ ପ୍ରତିନିଧି ରାମଚନ୍ଦ୍ର ଖିଲଙ୍କ ରିପୋର୍ଟ -
Comments
Post a Comment