ମାଟି ଅତଡ଼ା ଖସି ଜଣେ ମହିଳାଙ୍କ ମୃତ୍ୟୁ |
ମାଟି ଅତଡ଼ା ଖସି ଜଣେ ମହିଳାଙ୍କ ମୃତ୍ୟୁ |
ଝରୀଗାଁ (ବ୍ରାହ୍ମ ମୁହୂର୍ତ୍ତ) 13/12-ରଙ୍ଗମାଟି ସଂଗ୍ରହ ସମୟରେ ଘଟିଗଲା ଅଘଟଣ |ମାଟି ଅତଡ଼ା ଖସି ଯିବାରୁ ମାଟି ତଳେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ମହିଳା ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି |ଏଭଳି ଏକ ଅଘଟଣ ଘଟିଯାଇଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ନିକଟସ୍ଥ ଲୋହରାଗୁଡା ଗ୍ରାମରେ |ସୂଚନା ମୁତାବକ ଝରୀଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ପରଶଳା (କାଳିଆଗୁଡା )ଗ୍ରାମର ଛଅଜଣ ମହିଳା ସରଦୀ ଭତରା, ଚୁମକି ଭତରା, ଚଇତି ଭତରା, ରାଧା ଭତରା ଗୁର ଭତରା ଏବଂ ଶୁକଲଦୀ ଭତରା ଏକ ଅଟୋ ଭଡାକରି ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ନିକଟରେ ଥିବା ଲୋହରାଗୁଡା (ଯାହାକି କାଳିଆଗୁଡା ଠାରୁ ପ୍ରାୟ 20କିଲୋମିଟର ଦୂରରେ ରହିଛି )କୁ ରଙ୍ଗମାଟି ପାଇଁ ଯାଇଥିଲେ |ହେଲେ ମାଟି ଖୋଲୁଥିବା ସମୟରେ ଉପର ମାଟି ଅତଡ଼ା ଖସି ପଡିବାରୁ ତା ଭିତରେ ଜଣେ ମହିଳା ଚାପି ହୋଇଯାଇଥିଲେ |ଫଳରେ ମହିଳା ଜଣକ ମୃତ୍ୟୁବରଣ କରିଛନ୍ତି |ସାଙ୍ଗରେ ଯାଇଥିବା ମହିଳାମାନେ ଆଖପାଖରେ ଥିବା ଲୋକଙ୍କୁ ଜଣେଇବା ପରେ ଗ୍ରାମର ବିକ୍ରମ ନାମକ ଜଣେ ବ୍ୟକ୍ତି ରତାଖଣ୍ଡିଗୁଡା ଗ୍ରାମର ସମାଜସେବୀ ସୁକାଳୁ ଗଣ୍ଡଙ୍କ ଫୋନ କରି ଘଟଣା ବିଷୟରେ ଜଣେଇଥିଲେ |ପରେ ସକାଳୁ ସମସ୍ତଙ୍କ ପରିବାର ସଦସ୍ୟ ମାନଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ଜଣେଇବା ସହ ନିଜେ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ |ମୃତ୍ୟୁବରଣ କରିଥିବା ମହିଳା ଜଣକ ଘନ ଭତରା ଙ୍କ ସ୍ତ୍ରୀ ସରାଦୀ ଭତରା (23)ବୋଲି ଜଣାପଡିଛି |ଘଟଣା ବିଷୟରେ ଖବର ପାଇ ସିଂସାରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି |
Comments
Post a Comment