Posts

Showing posts from May, 2025

ମା କରେଇଶୁଣି ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' -୧

ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ଅଳସୁ, ଗଞ୍ଜାମ ପିନ୍ - ୭୬୧୧୨୧ ନିର୍ଦ୍ଧାରଣ ସଂଖ୍ୟା -୧ ଅଦ୍ୟତା - ୧୫/୦୮/୨୦୨୪ ରିଖ ଗୁରୁବାର ଦିନ ପୂର୍ବାହ୍ନ ଘ.୧୦.୩୦ ମିନିଟ୍ ସମୟରେ ମା କରେଇଶୁଣୀଙ୍କ ମନ୍ଦିର ପୀଠ ଠାରେ ସାମ୍ବାଦିକ ଶ୍ରୀ ବ୍ରଜବନ୍ଧୁ ନାୟକଙ୍କ ଆବାହକତ୍ବରେ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ରଙ୍କନିଧି ପ୍ରଧାନ ଙ୍କ ସଭାପତିତ୍ବ କରିଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ଟ୍ରାକ୍ଟର ମାଲିକ ମାନେ 'ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' ପଞ୍ଜିକରଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ଏବଂ ଶେଷରେ ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ନାମରେ ପଞ୍ଜିକରଣ କରିବା ପାଇଁ ସହମତି ପ୍ରଦାନ କରି ଦସ୍ତଖତ କରିଥିଲେ। ଆଗାମୀ ଦିନରେ ସେବା ଟ୍ରଷ୍ଟ ର ସଦସ୍ୟ ଗ୍ରହଣ ପାଇଁ ଆବେଦନ ଦରଖାସ୍ତ ଦାଖଲ କରିବା ଏବଂ ସଦସ୍ୟତା ଦେୟ ରାଶି ସ୍ବରୂପ ପ୍ରାଥମିକ ଦେୟ ଟ.୧୦୫୧ଙ୍କା ପୈଠ କରିବା ପାଇଁ ସମୟ ଧାର୍ଯ୍ୟ କରାଗଲା। ତତ୍ ସହିତ ପ୍ରତ୍ୟେକ ସଦସ୍ୟ ମାନେ ପ୍ରତି ମାସରେ ସଦସ୍ୟତା ଦେୟ ସ୍ବରୂପ ୫୫୧.ଟଙ୍କା ପୈଠ କରିବା ପାଇଁ ସ୍ଥିର କରାଗଲା। ସମସ୍ତ ସଦସ୍ୟ ମାନଙ୍କ ଠାରୁ ସଂଗୃହିତ ଅର୍ଥ ରାଶି ଦୁଇ ଜଣ ସଦସ୍ୟ (ସଭାପତି ଏବଂ ସମ୍ପାଦକ)ଙ୍କ ନାମରେ ଖାତା ଖୋଲାଯାଇ ଉକ୍ତ ବ୍ୟାଙ୍କ ଖାତାରେ ସବୁବେଳେ ଜମା ରଖିବା ପା...

କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ, ଖଟିଆ ଭାର ଭରସାରେ ଗର୍ଭବତୀ ମହିଳା - ଝରିଗାଁ

  କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ  ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)-:28/05/25 କଥାରେ ଅଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏହି ଉକ୍ତିର ସଫଳ ପରୀକ୍ଷଣ ହୋଇଛି ଜନ ପ୍ରତିନିଧିତ୍ଵର କାର୍ଯ୍ୟ ଦକ୍ଷତା ଉପରେ। କେବଳ ସୋସିଆଲ ମିଡିଆରେ ଫଟୋ ଉଠାଇ ପ୍ରଚାର ପ୍ରସାର କରିଲେ ଅଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୁଏନାହିଁ ବରଂ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ଲୋକମାନେ କହୁଛନ୍ତି। ଏଭଳି କିଛି ରୋଚକ ଖବର ଏବେକାର ସମୟରେ ରାଜ୍ୟର ବିକଶିତ ଡବଲ ଇଂଜିନ୍ ସରକାରଙ୍କ ସଫଳତା ଉପରେ କାଦୁଅ ଫିଙ୍ଗା ଯାଇଥିବା ନୀତି ଆପଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ  ଗର୍ଭବତୀ ମହିଳାଙ୍କୁ ଦେଡ କିଲୋମିଟର ଖଟିଆରେ ବୁହା ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ର ଡୁମୁନିଗୁଡା ଗାଁ ରେ ।ଡୁମୁନିଗୁଡା ଗାଁ ର ଚକ୍ରଧର ଜାନି ଙ୍କ ସ୍ତ୍ରୀ ବିମଳା ଜାନି ଙ୍କୁ ପ୍ରସବ ଯନ୍ତ୍ରଣା  ଆରମ୍ଭ ହେବାରୁ ପରିବାର ଲୋକ  ଆମ୍ବୁଲାନ୍ସକୁ ଯ...