ମା କରେଇଶୁଣି ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' -୧
ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ଅଳସୁ, ଗଞ୍ଜାମ ପିନ୍ - ୭୬୧୧୨୧
ନିର୍ଦ୍ଧାରଣ ସଂଖ୍ୟା -୧
ଅଦ୍ୟତା - ୧୫/୦୮/୨୦୨୪ ରିଖ ଗୁରୁବାର ଦିନ ପୂର୍ବାହ୍ନ ଘ.୧୦.୩୦ ମିନିଟ୍ ସମୟରେ ମା କରେଇଶୁଣୀଙ୍କ ମନ୍ଦିର ପୀଠ ଠାରେ ସାମ୍ବାଦିକ ଶ୍ରୀ ବ୍ରଜବନ୍ଧୁ ନାୟକଙ୍କ ଆବାହକତ୍ବରେ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ରଙ୍କନିଧି ପ୍ରଧାନ ଙ୍କ ସଭାପତିତ୍ବ କରିଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ଟ୍ରାକ୍ଟର ମାଲିକ ମାନେ 'ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' ପଞ୍ଜିକରଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ଏବଂ ଶେଷରେ ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ନାମରେ ପଞ୍ଜିକରଣ କରିବା ପାଇଁ ସହମତି ପ୍ରଦାନ କରି ଦସ୍ତଖତ କରିଥିଲେ। ଆଗାମୀ ଦିନରେ ସେବା ଟ୍ରଷ୍ଟ ର ସଦସ୍ୟ ଗ୍ରହଣ ପାଇଁ ଆବେଦନ ଦରଖାସ୍ତ ଦାଖଲ କରିବା ଏବଂ ସଦସ୍ୟତା ଦେୟ ରାଶି ସ୍ବରୂପ ପ୍ରାଥମିକ ଦେୟ ଟ.୧୦୫୧ଙ୍କା ପୈଠ କରିବା ପାଇଁ ସମୟ ଧାର୍ଯ୍ୟ କରାଗଲା। ତତ୍ ସହିତ ପ୍ରତ୍ୟେକ ସଦସ୍ୟ ମାନେ ପ୍ରତି ମାସରେ ସଦସ୍ୟତା ଦେୟ ସ୍ବରୂପ ୫୫୧.ଟଙ୍କା ପୈଠ କରିବା ପାଇଁ ସ୍ଥିର କରାଗଲା। ସମସ୍ତ ସଦସ୍ୟ ମାନଙ୍କ ଠାରୁ ସଂଗୃହିତ ଅର୍ଥ ରାଶି ଦୁଇ ଜଣ ସଦସ୍ୟ (ସଭାପତି ଏବଂ ସମ୍ପାଦକ)ଙ୍କ ନାମରେ ଖାତା ଖୋଲାଯାଇ ଉକ୍ତ ବ୍ୟାଙ୍କ ଖାତାରେ ସବୁବେଳେ ଜମା ରଖିବା ପାଇଁଁ ସ୍ଥିର କରାଗଲା।ଏଥି ସହିତ ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ କିପରି ସରକାରୀ ପଞ୍ଜିକରଣ ହେବ ଆବାହକ ଶ୍ରୀ ବ୍ରଜବନ୍ଧୁ ନାୟକ ବୁଝାଇ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କଲେ। ଶେଷରେ ସଭା ସାଙ୍ଗ ପୂର୍ବରୁ ଗଠନ ହୋଇଥିବା ଏବଂ ଉପସ୍ଥିତ ସମସ୍ତ ସଦସ୍ୟ ମାନେ ଦସ୍ତଖତ କରି 'ମା କରେଇଶୁଣି ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' ର ସଦସ୍ୟ ହେବା ସହିତ ଏକ ସାତ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ। ପରବର୍ତ୍ତୀ ସଭା ଆଗାମୀ ମାସର ୧୫ ତାରିଖକୁ ରଖିବା ପାଇଁ ସ୍ଥିର କରିବା ସହ ପ୍ରତ୍ୟେକ ମାସର ୧୫ ତାରିଖରେ ହିଁ ଏହି ବୈଠକ ଅନୁଷ୍ଠିତ ହେବା ପାଇଁ ଧାର୍ଯ୍ୟ କରାଯାଇଥିଲା।
ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କ ସ୍ଵାକ୍ଷର
Comments
Post a Comment