କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ, ଖଟିଆ ଭାର ଭରସାରେ ଗର୍ଭବତୀ ମହିଳା - ଝରିଗାଁ
କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ
ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)-:28/05/25 କଥାରେ ଅଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏହି ଉକ୍ତିର ସଫଳ ପରୀକ୍ଷଣ ହୋଇଛି ଜନ ପ୍ରତିନିଧିତ୍ଵର କାର୍ଯ୍ୟ ଦକ୍ଷତା ଉପରେ। କେବଳ ସୋସିଆଲ ମିଡିଆରେ ଫଟୋ ଉଠାଇ ପ୍ରଚାର ପ୍ରସାର କରିଲେ ଅଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୁଏନାହିଁ ବରଂ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ଲୋକମାନେ କହୁଛନ୍ତି। ଏଭଳି କିଛି ରୋଚକ ଖବର ଏବେକାର ସମୟରେ ରାଜ୍ୟର ବିକଶିତ ଡବଲ ଇଂଜିନ୍ ସରକାରଙ୍କ ସଫଳତା ଉପରେ କାଦୁଅ ଫିଙ୍ଗା ଯାଇଥିବା ନୀତି ଆପଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀ ମହିଳାଙ୍କୁ ଦେଡ କିଲୋମିଟର ଖଟିଆରେ ବୁହା ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ର ଡୁମୁନିଗୁଡା ଗାଁ ରେ ।ଡୁମୁନିଗୁଡା ଗାଁ ର ଚକ୍ରଧର ଜାନି ଙ୍କ ସ୍ତ୍ରୀ ବିମଳା ଜାନି ଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଗାଡ଼ି ଯାଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଗାଁ ଠାରୁ ଦେଡ କିଲୋମିଟର ଦୂରରେ ଅଟକି ରହିଥିଲା। ଯାହା ଫଳରେ ପରିବାର ଲୋକୋ ଏବଂ ଗ୍ରାମବାସୀ ଏକ ଖଟରେ ଭାର କରି ଦେଡ କିଲୋମିଟର ବାଟ କର୍ଲାପଡ଼ା ଗାଁ ପର୍ଯ୍ୟନ୍ତ ଗର୍ଭବତୀ ଙ୍କୁ ଖଟରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିଲେ । ପରେ କର୍ଲାପଡ଼ା ଗାଁ ଠାରୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଉଥିବା ବେଳେ ବାଟ ରେ ଆମ୍ବୁଲାନ୍ସ ଭିତରେ ଗର୍ଭବତୀ ଏକ ଶିଶୁପୁତ୍ର ଙ୍କୁ ଜନ୍ମ ଦେଇଥିଲେ। ତେବେ ବର୍ତମାନ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ମା ସୁସ୍ଥ ଥିବାବେଳେ ବାଟରେ ମୃତ ଶିଶୁପୁତ୍ର ଜନ୍ମ ହୋଇଥିବା କହିଛନ୍ତି ଡାକ୍ତର । ତେବେ ଝରିଗାଁ ବ୍ଲକରେ ଏପରି ବାରମ୍ବାର ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳୁଛି । ଏବେବି ବ୍ଲକ ର କେତେକ ଗାଁ ରେ ଗମନାଗମନ ପାଇଁ ରାସ୍ତା ସଂଯୋଗ ନଥିବାରୁ ଜୀବନ ମରଣ ସମସ୍ୟା ଭିତରେ ରହୁଛନ୍ତି ଗ୍ରାମବାସୀ । ବିଶେଷ କରି ରାସ୍ତାଘାଟ ଅବସ୍ଥା ଶୋଚନୀୟ ଥିବାରୁ ଗର୍ଭବତୀ ଙ୍କୁ ସୁବିଧାରେ ସୁରକ୍ଷିତ ପ୍ରସବ ପାଇଁ ଡାକ୍ତରଖାନା ଆଣିବାରେ ଅସୁବିଧା ହେଉଥିବା ହେଉଥିବା ବେଳେ ବାରମ୍ବାର ଏହିଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।
Comments
Post a Comment