କାହିଁକି ମାଝୀ...!!!
କାହିଁକି ମାଝୀ...
(ଭୁବନେଶ୍ଵର ରୁ ପ୍ରକାଶିତ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ) -: ଆଜିର ଏହି ଲେଖାଟି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମହଲରେ ଚର୍ଚ୍ଚାରେ ରହିଥିବା ବେଳେ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ତାକୁ ଉଦ୍ଧାର କରି ନିଜର ଦୈନିକ ପୋର୍ଟାଲ ରେ ପ୍ରକାଶିତ କରିଛି। ଯାହା କିଛି ରହିଛି ସବୁ ଲେଖକଙ୍କ ଚିନ୍ତାଧାରା।। ଆସନ୍ତୁ ଜାଣିବା... କାହିଁକି ମାଝୀ...
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବା ସମସ୍ତଙ୍କୁ ଚକିତ କରିଥିଲା, ବିଜେପି ଅନେକ ସ୍ଵପ୍ନରେ ମସଗୁଲ ନେତାଙ୍କର ଯେପରି ପାଦ ତଳୁ ମାଟି ଖସି ଯାଇଥିଲା । ନେତାକର୍ମୀ ହତବାକ ହୋଇ ଯାଇଥିଲେ ।କିନ୍ତୁ ଏମାନେ ଯେତେ ଯାହା କହିଲେ ମଧ୍ୟ ଏ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ହିଁ ଥିଲା। ଆଜି କାଲି ଆଉ ବିଧାୟକ ନେତା ବାଛୁନାହାଁନ୍ତି ।କଂଗ୍ରେସ ଭଳି ବିଜେପିରେ ବି ଦିଲ୍ଲୀ ସ୍ଥିର କରୁଛି ।ଜଣେ ଦୁଇ ଜଣଙ୍କୁ ଚିଟରେ ନାଁ ଲେଖି ପଠାଇ ଦିଆଯାଉଛି ।ରାଜ୍ୟର ନେତାମାନଙ୍କୁ ସର୍ବମୟ କର୍ତ୍ତାଙ୍କ ବାର୍ତ୍ତା ଓ ଇଚ୍ଛା ଜଣାଇ ଦିଆଯାଉଛି।ତାହା ପରେ ଖାଲି ଔପଚାରିକତା ଦୃଷ୍ଟିରୁ ଵିଧାୟକ ଦଳ ବୈଠକରେ ଜଣେ ନାଁ ପ୍ରସ୍ତାବ ଦିଅନ୍ତି, ଆଉ ଜଣେ ସମର୍ଥନ କରନ୍ତି ତାହା ପରେ ସବୁ ବିଧାୟକ ତାଳି ମାରି ପ୍ରସ୍ତାଵ ଗୃହୀତ ହେବା ସହ ନେତା ଚୟନ ହୁଏ।
ଓଡ଼ିଶାର ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ଦୃଢ଼ ନିଶ୍ଚିନ୍ତ ଥିଲେ ବା ସ୍ୱପ୍ନ ଦେଖୁଥିଲି ସେମାନେ ଏ ନିଷ୍ପତ୍ତିରେ ଭାଙ୍ଗି ପଡ଼ିବା ସ୍ୱାଭାବିକ । କିନ୍ତୁ ସେମାନେ ଭୁଲି ଯାଉଛନ୍ତି କିପରି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶତାଧିକ ରାଲି ସଭା କରିଥିଲେ ,ତାଙ୍କ ନାଁରେ ଭୋଟ୍ ମାଗଯାଇଥିଲା ସେ ମଧ୍ୟ ଦୃଢ଼ ନିଶ୍ଚିନ୍ତ ଥିଲେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବେ ବୋଲି କିନ୍ତୁ ହେଲା କଣ । ସେ ତ ମୁଖ୍ୟମନ୍ତ୍ରୀ ହେଲେ ନାହିଁ କି କିଛି କେନ୍ଦ୍ରମନ୍ତ୍ରୀଙ୍କୁ ବିଧାନସଭା ନିର୍ବାଚନ ଲଢେ଼ଇ ମୁଖ୍ୟମନ୍ତ୍ରୀ କରାଇବାର ସ୍ୱପ୍ନ ଦେଖାଇ ନା ମୁଖ୍ୟମନ୍ତ୍ରୀ କରାଇଲେ ବରଂ କେନ୍ଦ୍ରମନ୍ତ୍ରୀରୁ ହିଁ ବାଦ ଦେଇଦେଲେ ।
କେବଳ ମଧ୍ୟପ୍ରଦେଶରେ ଯେ ଏପରି କରିଛନ୍ତି ତାହା ନୁହେଁ ଗୁଜରାଟ, ଛତିଶଗଡ଼, ରାଜସ୍ଥାନ, ହରିୟାଣା ଏପରି କି ଦିଲ୍ଲୀରେ ମଧ୍ୟ ।
କିଏ ମାନୁ କି ନମାନୁ ବର୍ତ୍ତମାନ ବିଜେପି ଏକ ବିରାଟ କୋର୍ପରେଟ ସଂସ୍ଥା ବା କମ୍ପାନୀ ଭଳି ।ମୋଦି CMD ,ଆଉ ଶାହା CEO ଭଳି ।ଏମାନଙ୍କର କେହି ନିଜର ନୁହନ୍ତି। ହଁ ଏ ଦଳର ଅନ୍ୟ ନେତାମାନେ ନିଜକୁ CMD କିମ୍ବା CEO ଙ୍କ ପାଖ ଲୋକ ବୋଲି ଭାବି ପାରନ୍ତି ।ଦେଶର କ୍ଷମତା ବିକେନ୍ଦ୍ରୀକରଣର ଏ ଦୁହେଁ ସମ୍ପୂର୍ଣ୍ଣ ବିରୋଧୀ ଆଚରଣରୁ ଜାଣି ପାରୁଥିବେ ।ସବୁ ଏ ଦୁହିଁଙ୍କ ଠାରେ କେନ୍ଦ୍ରୀଭୁତ ହେବା ଦରକାର।
ଯଦି କେନ୍ଦ୍ର ନେତୃତ୍ୱ ଜାଣି ସାରିଥିଲେ ଯେ କୋୖଣସି ଉପାୟରୁ ହେଉ ନା କାହିଁକି ଏଥର ଓଡ଼ିଶାରେ ବିଜେପି ସରକାର କରିବ ତେବେ ଯେଉଁ ନେତାମାନେ ନିଜକୁ କେନ୍ଦ୍ର ନେତୃତ୍ୱଙ୍କ ଅତି ପାଖ ଲୋକ ବା ସେମାନଙ୍କ blue eyed boys ତେବେ ସେମାନଙ୍କୁ ମୋଦି କିମ୍ବା ଶାହା ତ ସଂସଦ6ବଦଳରେ ବିଧାୟକ ଭାବରେ ନିର୍ବାଚନ ଲଢ଼ିବାକୁ କହି ଥାନ୍ତେ ।କିନ୍ତୁ ସେପରି ତ ହେଲା ନାହିଁ। ନିଜକୁ ଯେତେ ବଡ଼ ଯେତେ ଲୋକ ପ୍ରିୟ ନେତା ବୋଲି ଯେଉଁମାନେ ଭାବୁଛନ୍ତି ସେମାନଙ୍କ ସ୍ଥିତି କ୍ଷମତା କେତେ ତାହା ରାଜନୀତିକୁ ଦେଖୁଥିବା ବୁଦ୍ଧିଜୀବୀ ରାଜନୈତିକ ସମୀକ୍ଷକ ବେଶ ଭଲ ଭାବରେ ଜାଣନ୍ତି। ନିଜ ମନରୁ X ରେ ପଦେ ଲେଖିବାକୁ ଏମାନଙ୍କ ସାହସ ନାହିଁ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ X ପୋଷ୍ଟକୁ retweet କରିବାରେ ଯାହା ଆଗୁଆ। ଉଭୟ ନଜର ହଟେଇ ଦେଲେ ଆଜି ଯେଉଁ କ୍ଷମତା ଉପଭୋଗ କରୁଛନ୍ତି ତାହା ସଙ୍ଗେ ସଙ୍ଗେ ଚାଲିଯିବ ।ଆଉ ଏମାନେ ମୋଶାଙ୍କ ନିଷ୍ପତ୍ତିକୁ ବିରୋଧ କରିପାରିବେ ? No way ...
ବିଜେପି କେନ୍ଦ୍ର ନେତୃତ୍ୱ ସବୁଠି ନିଜର yes man ଚାହାଁନ୍ତି ।
★ଯାହାର ନିଜସ୍ୱ କୌଣସି ଭିତ୍ତିଭୂମି ପୁରା ରାଜ୍ୟରେ ନଥିବ ।
★ଯିଏ ପ୍ରତି କଥାରେ Yes Sir କହି ପାରୁଥିବ
★ଦେଶରେ ଦୂର କଥା ରାଜ୍ୟରେ ବି ବିଶେଷ ସ୍ଥିତି ନଥିବ
★କେନ୍ଦ୍ର ନେତୃତ୍ୱ ପାଇଁ କଦାପି ବିପଦ ହେବାର ସମ୍ଭସ8ନଥିବ
★ଯେ କୌଣସି ମୁହୂର୍ତ୍ତରେ ବଳି ପକାଇ ହେବ ।
ଏ ଭଳି ନେତାଙ୍କୁ ମୋଶା ରାଜ୍ୟଗୁଡ଼ିକରେ ବସାଇଛନ୍ତି । ଏହା ସେ
ଦଳର ଅନ୍ୟ ନେତା ଓ ତାଙ୍କ ସମର୍ଥକଙ୍କ ପାଇଁ ଅଜଗା ଘା' ଭଳି ,ନା ଦେଖି ପାରୁଛନ୍ତି ନା ଦେଖାଇ ପାରୁଛନ୍ତି ।ତା ଛଡ଼ା ଯିଏ ଗାଦି ପାଇଛନ୍ତି ସେ ମଧ୍ୟ ଜାଣିଛନ୍ତି ଯେ ଉପର ଵାଲା(ଦିଲ୍ଲୀ ଵାଲା)ଙ୍କ ଆଶୀର୍ବାଦ ଯେ ପର୍ଯ୍ୟନ୍ତ ଥିବ ଏଠି ଯେତେ ବଡ଼ ନେତା ବୋଲି ଦେଖାଇ ହେଲେ who cares ?
ରାଜ୍ୟ ଅଵସ୍ଥା ରସାତଳକୁ ଯାଉ କିଏ ପଚାରୁଛି ।
*** ସୌଜନ୍ୟ :ବିଜୟ ମହାରଣା, ତାଳଚେର
Comments
Post a Comment