୧୬ନଂ ଜାତୀୟ ରାଜପଥରେ ବୁଲା ଗୋରୁଗାଈ ଓ ଅନ୍ଧ ପ୍ରଶାସନ

ଭୁବନେଶ୍ଵର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-: ଜୀବନ ବହୁତ ମୂଲ୍ୟବାନ, ସମାଜରେ ବଞ୍ଚିବା ପାଇଁ ସଭିଙ୍କ ସ୍ଵତନ୍ତ୍ର ଅଧିକାର ରହିଛି। ଆମେ ଓ ଆମ ସମ୍ବିଧାନରେ ରହିଥିବା ବ୍ୟବସ୍ଥା ଭିତରେ ଜୀବଜଗତ ପାଇଁ ନାନା ପ୍ରକାରର ନିତୀ ନିୟମ ରହିଛି। ସଭିଙ୍କ ବଞ୍ଚିବା ଅଧିକାର ଭିତରେ ରହିଥିବା ନିଜ ନିଜର ଚଳଣି ଆଚରଣ ବିଧି ଅନୁସାରେ ନାନା ନିୟମ ରହିଥିଲେ ମଧ୍ୟ ତାକୁ କିଏ କେମିତି କେଉଁଠି କିପରି ମାନି ଚଳୁଅଛି ସେନେଇ ଆଜିର ଦିନରେ ସଚେତନ ନାଗରିକ ମାନେ ବେଶ୍ ଚିନ୍ତା ପ୍ରକଟ କରିଛନ୍ତି। କିଛି ସଚେତନ ନାଗରିକଙ୍କ କଥା ଅନୁସାରେ ଯେଉଁ କେତୋଟି ଖବର ଏବେକାର ସମୟରେ ଗଣମାଧ୍ୟମର ଶିରୋନାମ ପାଲଟିଛି ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ନାନା ପ୍ରକାରର ଶୁଣିବାକୁ ମିଳିଛି। ପ୍ରସଙ୍ଗଟି ହେଲା ରାଜଧାନୀ ଭୁବନେଶ୍ବର ରୁ ବ୍ରହ୍ମପୁର ସହରକୁ ଲମ୍ବିଥିବା ୧୬ନଂ ଜାତୀୟ ରାଜପଥରେ ବୁଲା ଗୋରୁଗାଈ ମାନଙ୍କର ବୁଲାବୁଲି କରିବା ଏବଂ ରାଜପଥ ମଧ୍ୟଭାଗରେ ଶୋଇବା ଭଳି ଦୃଶ୍ୟ ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ତମାଣ୍ଡୋ ଠାରୁ ଦେଖାଗଲେ ବାଲୁଗାଁ ରମ୍ଭା ହୁମ୍ମା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବୁଲା ଗୋରୁଗାଈ ବିନା କୌଣସି କାରଣରେ ଚରାବୁଲା କରି ଶେଷରେ ରାସ୍ତା ଅବରୋଧ କରି ଶୋଇ ପଡିବା ଦ୍ଵାରା ବିଭିନ୍ନ ସମୟରେ ଗାଡ଼ି ଚାଳନା ବେଳେ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଦ୍ଵାରା ଅସମୟରେ ଧନଜୀବନ ହାନି ହେଉଛି। ଏଭଳି ଘଟଣା ନେଇ ଖବର ପ୍ରସାରଣ ପରେ ମଧ୍ୟ ନା ଚେତା ପଶୁଛି ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କ ଅବା ଗାଈଗୋରୁ ମାଲିକଙ୍କ। ସଭିଏଁ ନିଜ ନିଜର ଚଳଣି ଆଚରଣ ବିଧି ଅନୁସାରେ ଅନ୍ଧ ସାଜି ଚୁପ୍ ରହିବା କେତେ ଯୁକ୍ତିଯୁକ୍ତ ତାହା ହିଁ ଏବେକାର ସମୟରେ ସଚେତନ ନାଗରିକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ସଚେତନ ନାଗରିକ ଆଗାମୀ ଦିନରେ ଏହି ନିରୀହ ପ୍ରାଣୀମାନଙ୍କ ଜୀବନର ସୁରକ୍ଷା ପାଇଁ ଏବଂ ସମାଧାନ ଦାବିରେ ନ୍ୟାୟାଳୟ ଦ୍ଵାରସ୍ଥ ହେଉଛନ୍ତି ବୋଲି ଶୁଣାଯାଏ।

Comments

Popular posts from this blog

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

କୁରାଳ ଉଚ୍ଚ ବିଦ୍ୟାଳୟରେ ପରିବେଶ ପାଠଚକ୍ର ଅନୁଷ୍ଠିତ

ଗୁଣପୁର ବ୍ଳକରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ।ମୁଣ୍ଡ ଉପରେ ଛାତ ଆଶା ସଭିଙ୍କ ପୂରଣ ହେବ।