ମାଁ କରେଇଶୁଣି ବିଦ୍ୟାପିଠର ୩୪ତମ ପ୍ରତିଷ୍ଠା ଦିବସ ପାଳିତ
ଅଳସୁଗୁମା/ଜଗନ୍ନାଥ ପ୍ରସାଦ/ଗଞ୍ଜାମ :- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଳକର ଅଳସୁଗୁମା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ମାଁ କରେଇଶୁଣି ବିଦ୍ୟାପିଠର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଗୈାରବମୟ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ସାହୁଙ୍କ ପୈାରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସକୁ ବେଶ୍ ଧୁମଧାମରେ ଉପଭୋଗ କରୁଥିଲା ବେଳେ ବିଦ୍ୟାଳୟ ସ୍ଥାପନା ସମୟରୁ ଅଦ୍ୟାବଧି ରହିଥିବା ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ମାଁ କରେଇଶୁଣି ବିଦ୍ୟାପିଠର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ସଭିଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ସାହୁ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଅନୁଯାୟୀ ଶେଷରେ ପିଇଟି ଅନୀଲ କୁମାର ପଟ୍ଟନାୟକ ଦିନକର ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସଭା ସାଙ୍ଗ ଘୋଷଣା କରିଥିଲେ।
Comments
Post a Comment