ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟକୁ ଲୁଟ କରିବାକୁ ଉଦ୍ୟମ।
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟକୁ ଲୁଟ କରିବାକୁ ଉଦ୍ୟମ।
ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ)-: ତା 25/09-ଗାଁ ହେଉଛି ଦେଶର ଆତ୍ମା |ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ ହୁଏ |ଏକଥା ହୃଦୟଙ୍ଗମ କରି ଓଡିଶା ସରକାର ବିକଶିତ ଗାଁ ବିକଶିତ ଓଡିଶା ବିକାଶ ନାରେ ଏକ ଯୋଜନା କରିଛନ୍ତି |ଏହି ଯୋଜନା ରେ ଗ୍ରାମାଞ୍ଚଳ ର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଉନ୍ନତି କରିବା ହେଉଛି ସରକାର ଙ୍କ ମୂଳ ଲକ୍ଷ୍ୟ । କାର୍ଯ୍ୟାଦେଶ ନାହିଁ ହେଲେ କାମ ଆରମ୍ଭ କରିଦେଲେ |ଯେଉଁଠି ବି କାମ କଲେ ସେ କାମ ବିଷୟରେ କୌଣସି ସୂଚନା ଫଳକ ଲାଗି ନାହିଁ |କେଉଁଠୁ କାମ ଆସିଲା, କିଏ ଆଣିଲା, କ'ଣ କାମ, ଏସବୁ ବିଷୟରେ ଜନ ସାଧାରଣ କିଛି ବି ଜାଣି ପାରିଲେନି |ବାସ ଯନ୍ତ୍ରୀ ଓ ଠିକାଦାର ମିଶି ପ୍ରକଳ୍ପ ର ନିମ୍ନ ମାନ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ହେଉଛି ଉଦ୍ୟମ |ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ |ଏହି ବ୍ଳକ ସବୁବେଳେ ବିଭିନ୍ନ ପ୍ରକାର ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହି ଆସିଛି ଓ ଦୁର୍ନୀତିର ଗନ୍ଥାଘର ଭାବେ ବେଶ୍ ପରିଚୟ ମଧ୍ୟ ଅର୍ଜନ କରିଛି |କେଉଁଠି କାମ ନହୋଇ ବିଲ ହୋଇଯାଇଛି ତ ଆଉ କେଉଁଠି ଅଧା କାମ ହୋଇ ଫୁଲ ବିଲ ହୋଇଛି |ଏସବୁ ବିଷୟକୁ ନେଇ ଝରିଗାଁ ବ୍ଳକ ବେସ ଚର୍ଚ୍ଚାରେ ରହି ଆସିଛି |ଏବେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କୁ ମଧ୍ୟ ଦୁର୍ନୀତିରେ ଯୋଡିବାକୁ ଉଦ୍ୟମ ହେଉଛି |ଝରିଗାଁ ବ୍ଳକର ଫୁଫୁଗାଁ ପଂଚାୟତ ଓ ପାଲିଆ ପଂଚାୟତରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି |ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ତାରାଯୋଡି ଗ୍ରାମରେ ଥିବା ଅତିରିକ୍ତ ଶ୍ରେଣୀ ଗୃହ ବିଲଡିଂ, ଯାହାକି ଗାତ ଖୋଳି ସାରି ପିଲାର ପାଇଁ ଲୁହା ରଡ଼ ସବୁ ବାହାର କରାଯାଇଛି, ଯାହାର ଅଟକଳ ମୂଲ୍ୟ ୮ଲକ୍ଷ ଟଙ୍କା, ପୁପୁଗାଁ ପଞ୍ଚIୟତର ପୂଜାରୀଗୁଡାର ଡ୍ରେନ, ଡ୍ରେନ କାମ ସରି ଯାଇ ଥିବା ବେଳେ ଯାହାକି ଅଟକଳ ମୂଲ୍ୟ ୫ଲକ୍ଷ ଟଙ୍କା ଓ ପାଲିଆ ପଂଚାୟତ ନିକଟରେ ଥିବା ସିସି ରୋଡ଼ ଯାହାକି କାମ ସରି ଯାଇ ଥିବା ବେଳେ ଯାହାର ଅଟକଳ ମୂଲ୍ୟ ରହିଛି ୮ଲକ୍ଷ ଟଙ୍କା |ଏସବୁ କାମ ପାଇଁ ନା ଫାଇଲ ଖୋଲାଯାଇଛି, ନା ୱାର୍କ ଅର୍ଡର ରହିଛି |ଏପରିକି କାର୍ଯ୍ୟ ହେଉଥିବା ସ୍ଥାନରେ ଜନସାଧାରଣ ମାନଙ୍କ ଅବଗତ ନିମନ୍ତେ ସୂଚନା ଫଳକ ମଧ୍ୟ କରାଯାଇ ନାହିଁ |ଏହିଭଳି ଉନ୍ନତି ମୂଳକ କାର୍ଯ୍ୟ ବେଆଇନ ଭାବେ ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ନିମ୍ନମାନର କାର୍ଯ୍ୟ କରି ଆତ୍ମସାତ କରି ନେବା ପାଇ ଯୋଜନା କରିଛନ୍ତି |ଏ ଘଟଣା ବିଷୟରେ ଆମେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁ ସୁଦନ ମାଝୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କ ଜାଣିନଥିବା କହିଥିବା ବେଳେ ଯନ୍ତ୍ରୀ ଙ୍କୁ ପଚାରି ଜଣାଇବି ବୋଲି କହିଥିବା ବେଳେ ଏ ସମ୍ପର୍କ ରେ ଯନ୍ତ୍ରୀ ଭରତ କ୍ରିଷ୍ଣା ରାଉତ ଙ୍କୁ ପଚାରିବାରୁ ପ୍ରକଳ୍ପ କାର୍ଯ୍ୟ ବିଷୟରେ କିଛି ଜାଣି ନଥିବା କହିଛନ୍ତି।ଯନ୍ତ୍ରି ପ୍ରକଳ୍ପ କାର୍ଯ୍ୟ ବିଷୟରେ ଅବଗତ ନଥିବା ବେଳେ କିଏ କାର୍ଯ୍ୟ ର ଲେଆଉଟ ଦେଲା ଏବଂ କିପରି କାର୍ଯ୍ୟ ହେଲା ତାହା ସବୁଠାରୁ ବଡ଼ ପ୍ରଶ୍ନ। ତେବେ ବ୍ଲକ ଉନ୍ନୟନ ଅଧିକାରୀ, ଯନ୍ତ୍ରୀ କାର୍ଯ୍ୟ ବିଷୟରେ ଅବଗତ ନଥିବା ବେଳେ କିପରି କାର୍ଯ୍ୟ ଚାଲୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ତେବେ ଯଦି ଆଗକୁ ବିଲ ହୁଏ ତେବେ ଯନ୍ତ୍ରୀ, ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଏହିଭଳି ବିକାଶ ନାଁ ରେ ବେଆଇନ କାର୍ଯ୍ୟ କରିବା ସାଧାରଣ ରେ ଆଲୋଚନା ହେଉଛି, ଏହି ନିର୍ମାଣ କାର୍ଯ୍ୟ ଅତି ନିମନ୍ମମାନର ହଇ ଥିବା ବେଳେ ଯଦି ଆଗାମି ଦିନରେ ବିଲ ହୁଏ ତେବେ ଭିଜିଲାନ୍ସ ତଦନ୍ତ ପାହି ଦାବି ହେଉଛି I
Comments
Post a Comment