Posts

ମାରଦା ମହୋତ୍ସବ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

Image
ପୋଲସରା (ବ୍ରାହ୍ମ ମୁହୂର୍ତ୍ତ) ତା.୦୭/୧୨/୨୦୨୫:- ଆଜି ପୋଲସରା ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତ ସ୍ଥିତ ଶରଣ ଶ୍ରୀକ୍ଷେତ୍ର ମାରଦା ଠାରେ ଆସନ୍ତା ୨୦୨୬ ଜାନୁୟାରୀ ମାସ ୧୪,୧୫ ଓ ୧୬ ତାରିଖ ଶ୍ରୀଦିବସୀୟ ରାଜ୍ୟ ସ୍ତରୀୟ ମାରଦା ମହୋତ୍ସବ ସକାଶେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଂଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥିଭାବେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଗଂଜାମ ଏସପି ଶୁଭେନ୍ଦୁ ପାତ୍ର, ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ , ଘୁମୁସର ବନଖଣ୍ଡ ଭଞ୍ଜନଗର ଅଧିକାରୀ ବିପାଶା ପାରୁଲ,ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଅଦିତି ଆଚାର୍ଯ୍ୟ, ମାରଦା ମହୋତ୍ସବ କମିଟି ଉପସଭାପତି ପ୍ରଭାକର ପଣ୍ଡା,ପୋଲସରା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଏନଏସି ନଗରପାଳ ସଂଯୁକ୍ତା ବେହେରା,ପୋଲସରା ତହସିଲଦାର  ଦିପ୍ତିମୟୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ପୂର୍ବବର୍ଷ ଠାରୁ ଆହୁରି ଅଧିକ ଆକର୍ଷଣୀୟ ଭବ୍ୟଦିବା, ବର୍ଣ୍ଣାତ୍ୟ ପରିବେଶରେ ଉକ୍ତ ପ୍ରଶିଦ୍ଧ ମହୋତ୍ସବ କିଭଳି ଭାବେ ଶାନ୍ତିଶୃଙ୍ଖଳା ଓ ନିର୍ବିଘ୍ନ ପ୍ରକାରେ ସମ୍ପନ୍ନ ହେବ ସେଥିଉପରେ ଗୁରୁତ୍ଵ ଦିଆଯିବା ସହ...

କନ୍ଧ ରାଜାକୁ, ପାଣ/ଡମ/ଗଣା ମନ୍ତ୍ରୀ

"କନ୍ଧ ରାଜାକୁ ପାଣ/ଡମ/ଗଣା ମନ୍ତ୍ରୀ" ଏହି ତଥ୍ୟଟି ଓଡ଼ିଶାର ଆଦିବାସୀ ଅଞ୍ଚଳର ଏକ ଗଭୀର ସାମାଜିକ, ରାଜନୈତିକ ଓ ଐତିହାସିକ ସମ୍ପର୍କକୁ ଦର୍ଶାଏ।  ଓଡ଼ିଶାର ମାଳ ଅଞ୍ଚଳରେ, ବିଶେଷକରି କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ପାଟଣା (ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଞ୍ଚଳ),ରାୟଗଡ଼ା ଓ ଗଜପତି ଜିଲ୍ଲାରେ କନ୍ଧ ଆଦିବାସୀମାନେ ହେଉଛନ୍ତି ପ୍ରମୁଖ ଭୂମିପୁତ୍ର ଓ ଶାସକ ଗୋଷ୍ଠୀ। ସେମାନଙ୍କର ନିଜସ୍ଵ ଶାସନ ବ୍ୟବସ୍ଥା ଥିଲା, ଯେଉଁଥିରେ ଗ୍ରାମର ମୁଖିଆ  ଠାରୁ ଆରମ୍ଭ କରି ଏକ ବଡ଼ ଅଞ୍ଚଳର ରାଜା ପର୍ଯ୍ୟନ୍ତ ପଦବୀ ରହିଥିଲା। ଏହି ଶାସନ ବ୍ୟବସ୍ଥାରେ କନ୍ଧ ରାଜା ବା ମୁଖିଆଙ୍କର ମନ୍ତ୍ରୀ ବା ମୁଖ୍ୟ ପରାମର୍ଶଦାତା ଭାବରେ ପାଣ (ଡମ ବା ଗଣା) ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବାର ଏକ ସୁଦୃଢ଼ ପରମ୍ପରା ରହିଥିଲା। ଏହା କେବଳ ଏକ ପଦବୀ ନଥିଲା, ବରଂ ଏକ ଜଟିଳ ଏବଂ ପାରସ୍ପରିକ ନିର୍ଭରଶୀଳ ସାମାଜିକ ବ୍ୟବସ୍ଥାର ପ୍ରତୀକ ଥିଲା। ଐତିହାସିକ ଓ ସାମାଜିକ ପୃଷ୍ଠଭୂମି - କନ୍ଧ ସମ୍ପ୍ରଦାୟ: କନ୍ଧମାନେ ସାହସୀ, ଯୋଦ୍ଧା ଏବଂ ନିଜ ମାଟି ଓ ପରମ୍ପରା ପ୍ରତି ଅତ୍ୟନ୍ତ ଅନୁରକ୍ତ। ସେମାନେ ମୁଖ୍ୟତଃ ଚାଷବାସ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ସେମାନଙ୍କର ଶାସନ ବ୍ୟବସ୍ଥା ସରଳ ଓ ସିଧାସଳଖ ଥିଲା। ସେମାନେ ବାହୁବଳ ଏବଂ ଶାରୀରିକ ଶକ୍ତି ଉପରେ ଅଧିକ ବିଶ୍ୱାସ କରୁଥିଲେ। ପାଣ/ଡମ/ଗଣା ସମ୍ପ୍ରଦାୟ: ଏ...

ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟକୁ ଲୁଟ କରିବାକୁ ଉଦ୍ୟମ।

Image
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟକୁ ଲୁଟ କରିବାକୁ ଉଦ୍ୟମ। ଝରିଗାଁ(ବ୍ରାହ୍ମ ମୁହୂର୍ତ୍ତ)-: ତା 25/09-ଗାଁ ହେଉଛି ଦେଶର ଆତ୍ମା |ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ ହୁଏ |ଏକଥା ହୃଦୟଙ୍ଗମ କରି ଓଡିଶା ସରକାର ବିକଶିତ ଗାଁ ବିକଶିତ ଓଡିଶା ବିକାଶ ନାରେ ଏକ ଯୋଜନା କରିଛନ୍ତି |ଏହି ଯୋଜନା ରେ ଗ୍ରାମାଞ୍ଚଳ ର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ଉନ୍ନତି କରିବା ହେଉଛି ସରକାର ଙ୍କ ମୂଳ ଲକ୍ଷ୍ୟ । କାର୍ଯ୍ୟାଦେଶ ନାହିଁ ହେଲେ କାମ ଆରମ୍ଭ କରିଦେଲେ |ଯେଉଁଠି ବି କାମ କଲେ ସେ କାମ ବିଷୟରେ କୌଣସି ସୂଚନା ଫଳକ ଲାଗି ନାହିଁ |କେଉଁଠୁ କାମ ଆସିଲା, କିଏ ଆଣିଲା, କ'ଣ କାମ, ଏସବୁ ବିଷୟରେ ଜନ ସାଧାରଣ କିଛି ବି ଜାଣି ପାରିଲେନି |ବାସ ଯନ୍ତ୍ରୀ ଓ ଠିକାଦାର ମିଶି ପ୍ରକଳ୍ପ ର ନିମ୍ନ ମାନ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ପାଇଁ ହେଉଛି ଉଦ୍ୟମ |ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକରେ |ଏହି ବ୍ଳକ ସବୁବେଳେ ବିଭିନ୍ନ ପ୍ରକାର ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହି ଆସିଛି ଓ ଦୁର୍ନୀତିର ଗନ୍ଥାଘର ଭାବେ ବେଶ୍ ପରିଚୟ ମଧ୍ୟ ଅର୍ଜନ କରିଛି |କେଉଁଠି କାମ ନହୋଇ ବିଲ ହୋଇଯାଇଛି ତ ଆଉ କେଉଁଠି ଅଧା କାମ ହୋଇ ଫୁଲ ବିଲ ହୋଇଛି |ଏସବୁ ବିଷୟକୁ ନେଇ ଝରିଗାଁ ବ୍ଳକ ବେସ ଚର୍ଚ୍ଚାରେ ରହି ଆସିଛି |ଏବେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା କୁ ମଧ୍ୟ ଦୁର...

ଶରଧାବାଲି କାହିଁକି କୁହାଯାଏ...

Image
ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ ପୁର୍ଣ୍ଣ କରାଯାଇଥିଲା । ସେହି ସ୍ଥାନକୁ ଶରଧାବାଲି କୁହାଯାଉଛି। *ତ୍ରୟୋଦଶ ଶତାବ୍ଦୀରେ ପୁରୀର ଗଜପତି ଥିଲେ ଭାନୁଦେବ ଏବଂ ମହାରାଣୀଙ୍କ ନାମ ଥିଲା ଶ୍ରଦ୍ଧାଦେବୀ ।  ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରିଥିଲେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରିଥିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା । ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀକୂଳରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ...

୧୬ନଂ ଜାତୀୟ ରାଜପଥରେ ବୁଲା ଗୋରୁଗାଈ ଓ ଅନ୍ଧ ପ୍ରଶାସନ

Image
ଭୁବନେଶ୍ଵର (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ)-: ଜୀବନ ବହୁତ ମୂଲ୍ୟବାନ, ସମାଜରେ ବଞ୍ଚିବା ପାଇଁ ସଭିଙ୍କ ସ୍ଵତନ୍ତ୍ର ଅଧିକାର ରହିଛି। ଆମେ ଓ ଆମ ସମ୍ବିଧାନରେ ରହିଥିବା ବ୍ୟବସ୍ଥା ଭିତରେ ଜୀବଜଗତ ପାଇଁ ନାନା ପ୍ରକାରର ନିତୀ ନିୟମ ରହିଛି। ସଭିଙ୍କ ବଞ୍ଚିବା ଅଧିକାର ଭିତରେ ରହିଥିବା ନିଜ ନିଜର ଚଳଣି ଆଚରଣ ବିଧି ଅନୁସାରେ ନାନା ନିୟମ ରହିଥିଲେ ମଧ୍ୟ ତାକୁ କିଏ କେମିତି କେଉଁଠି କିପରି ମାନି ଚଳୁଅଛି ସେନେଇ ଆଜିର ଦିନରେ ସଚେତନ ନାଗରିକ ମାନେ ବେଶ୍ ଚିନ୍ତା ପ୍ରକଟ କରିଛନ୍ତି। କିଛି ସଚେତନ ନାଗରିକଙ୍କ କଥା ଅନୁସାରେ ଯେଉଁ କେତୋଟି ଖବର ଏବେକାର ସମୟରେ ଗଣମାଧ୍ୟମର ଶିରୋନାମ ପାଲଟିଛି ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ନାନା ପ୍ରକାରର ଶୁଣିବାକୁ ମିଳିଛି। ପ୍ରସଙ୍ଗଟି ହେଲା ରାଜଧାନୀ ଭୁବନେଶ୍ବର ରୁ ବ୍ରହ୍ମପୁର ସହରକୁ ଲମ୍ବିଥିବା ୧୬ନଂ ଜାତୀୟ ରାଜପଥରେ ବୁଲା ଗୋରୁଗାଈ ମାନଙ୍କର ବୁଲାବୁଲି କରିବା ଏବଂ ରାଜପଥ ମଧ୍ୟଭାଗରେ ଶୋଇବା ଭଳି ଦୃଶ୍ୟ ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ତମାଣ୍ଡୋ ଠାରୁ ଦେଖାଗଲେ ବାଲୁଗାଁ ରମ୍ଭା ହୁମ୍ମା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବୁଲା ଗୋରୁଗାଈ ବିନା କୌଣସି କାରଣରେ ଚରାବୁଲା କରି ଶେଷରେ ରାସ୍ତା ଅବରୋଧ କରି ଶୋଇ ପଡିବା ଦ୍ଵାରା ବିଭିନ୍ନ ସମୟରେ ଗାଡ଼ି ଚାଳନା ବେଳେ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଦ୍ଵାରା ଅସମୟରେ ଧନଜୀବନ ହାନି ...

ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ

Image
ସାମ୍ପ୍ରତିକ ସମାଜରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ                                    ଡ଼କ୍ଟର ସଂଯୁକ୍ତା ଦାସ  ଦୂରଭାଷ - ୮୨୪୯୦ ୧୪୩୭୮                    ଦେଶ ତଥା ଜାତିର ଆତ୍ମ ପରିଚୟ ହେଉଛି ତାର ନିଜସ୍ୱ ସଂସ୍କୃତି l ସଂସ୍କୃତି ମାଧ୍ୟମରେ ଗୋଟିଏ ଦେଶ ବା ଜାତିର ଐତିହ୍ୟ ଓ ପରମ୍ପରାର ସାର୍ଥକ ପରିପ୍ରକାଶ ହୋଇଥାଏ l ସମୟର ବିବର୍ତ୍ତନ, ଭୌଗୋଳିକ ପରିବର୍ତ୍ତନ , ଜାତୀୟ ବିପତ୍ତି, ଯୁଦ୍ଧ ଓ  ଧାର୍ମିକ ମତ ପାର୍ଥକ୍ୟ ଯୋଗୁ,ବହୁ ପ୍ରାଚୀନ ସଂସ୍କୃତି କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି l ଅନେକ ସଂସ୍କୃତି  ତାର ନିଜସ୍ୱ ଭୂଖଣ୍ଡରେ ସୀମିତ ଓ ସଂକୁଚିତ ହୋଇ ରହିଯାଇଛି l  କିନ୍ତୁ ଯେଉଁ ସଂସ୍କୃତି - ମାନବର ସୁଖଦୁଃଖ ସହ ସମଭାବାପନ୍ନ, ମାନବର ହିତ ପାଇଁ ଉଦିଷ୍ଟ, ମାନବୀୟ ଶୁଭଚିନ୍ତନ ଦ୍ୱାରା ପରିମାର୍ଜିତ, ସେଇ ସଂସ୍କୃତି ଚିରକାଳ ତାର ସ୍ୱାଭିମାନ ଓ ପ୍ରତିଷ୍ଠାକୁ ବଜାଇ ରଖିଥାଏ l ସେଇପରି ଏକ ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି l ଯାହାର ମୁଖ୍ୟ ଆରାଧ୍ୟ ଦେବତା "ଶ୍ରୀଜଗନ୍ନାଥ "l ଯିଏକି ଗଣଦେବତା ଭାବରେ ସର୍ବତ୍ର ପରିଚିତ l           ...

ମାଁ କରେଇଶୁଣି ବିଦ୍ୟାପିଠର ୩୪ତମ ପ୍ରତିଷ୍ଠା ଦିବସ ପାଳିତ

Image
ମାଁ କରେଇଶୁଣି ବିଦ୍ୟାପିଠର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।। ଅଳସୁଗୁମା/ଜଗନ୍ନାଥ ପ୍ରସାଦ/ଗଞ୍ଜାମ :- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଳକର ଅଳସୁଗୁମା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ମାଁ କରେଇଶୁଣି ବିଦ୍ୟାପିଠର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଗୈାରବମୟ ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ସାହୁଙ୍କ ପୈାରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସକୁ ବେଶ୍ ଧୁମଧାମରେ ଉପଭୋଗ କରୁଥିଲା ବେଳେ ବିଦ୍ୟାଳୟ ସ୍ଥାପନା ସମୟରୁ ଅଦ୍ୟାବଧି ରହିଥିବା ପରିଚାଳନା କମିଟି ସଦସ୍ୟ ସଦସ୍ୟାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ମାଁ କରେଇଶୁଣି ବିଦ୍ୟାପିଠର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ପରିଚାଳନା କମିଟି ସଦସ୍ୟ ମାନଙ୍କ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ସଭିଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାନ ସାହୁ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ଆଚାର୍ଯ୍ୟ ମଞ...

କାହିଁକି ମାଝୀ...!!!

Image
କାହିଁକି ମାଝୀ... (ଭୁବନେଶ୍ଵର ରୁ ପ୍ରକାଶିତ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ) -: ଆଜିର ଏହି ଲେଖାଟି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମହଲରେ ଚର୍ଚ୍ଚାରେ ରହିଥିବା ବେଳେ ବ୍ରାହ୍ମ ମୁହୂର୍ତ୍ତ ଖବରକାଗଜ ତାକୁ ଉଦ୍ଧାର କରି ନିଜର ଦୈନିକ ପୋର୍ଟାଲ ରେ ପ୍ରକାଶିତ କରିଛି। ଯାହା କିଛି ରହିଛି ସବୁ ଲେଖକଙ୍କ ଚିନ୍ତାଧାରା।। ଆସନ୍ତୁ ଜାଣିବା... କାହିଁକି ମାଝୀ... ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବା ସମସ୍ତଙ୍କୁ ଚକିତ କରିଥିଲା, ବିଜେପି ଅନେକ ସ୍ଵପ୍ନରେ ମସଗୁଲ ନେତାଙ୍କର ଯେପରି ପାଦ ତଳୁ ମାଟି ଖସି ଯାଇଥିଲା । ନେତାକର୍ମୀ ହତବାକ ହୋଇ ଯାଇଥିଲେ ।କିନ୍ତୁ ଏମାନେ ଯେତେ ଯାହା କହିଲେ ମଧ୍ୟ ଏ  ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ହିଁ ଥିଲା। ଆଜି କାଲି ଆଉ ବିଧାୟକ ନେତା ବାଛୁନାହାଁନ୍ତି ।କଂଗ୍ରେସ ଭଳି ବିଜେପିରେ ବି ଦିଲ୍ଲୀ ସ୍ଥିର କରୁଛି ।ଜଣେ ଦୁଇ ଜଣଙ୍କୁ ଚିଟରେ ନାଁ ଲେଖି ପଠାଇ ଦିଆଯାଉଛି ।ରାଜ୍ୟର ନେତାମାନଙ୍କୁ ସର୍ବମୟ  କର୍ତ୍ତାଙ୍କ ବାର୍ତ୍ତା ଓ ଇଚ୍ଛା ଜଣାଇ ଦିଆଯାଉଛି।ତାହା ପରେ ଖାଲି ଔପଚାରିକତା ଦୃଷ୍ଟିରୁ ଵିଧାୟକ ଦଳ ବୈଠକରେ ଜଣେ ନାଁ ପ୍ରସ୍ତାବ ଦିଅନ୍ତି, ଆଉ ଜଣେ ସମର୍ଥନ କରନ୍ତି ତାହା ପରେ ସବୁ ବିଧାୟକ ତାଳି ମାରି ପ୍ରସ୍ତାଵ ଗୃହୀତ ହେବା ସହ ନେତା ଚୟନ ହୁଏ।  ଓଡ଼ିଶାର ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ଦୃଢ଼ ନିଶ୍ଚିନ୍ତ ଥିଲେ ବା ସ୍ୱପ୍...

ବ୍ରାହ୍ମ ମୁହୂର୍ତ୍ତ ଦଶ ବର୍ଷ ପୂର୍ତ୍ତି ଅବସରରେ

Image
ଭୁବନେଶ୍ଵର:- (ବ୍ରାହ୍ମ ମୁହୂର୍ତ୍ତ) - ରାଜ୍ୟରେ ସର୍ବାଧିକ ସଂଖ୍ୟାରେ ପ୍ରସାରିତ ଓଡିଆ ସାପ୍ତାହିକ ନିରପେକ୍ଷ ନିର୍ଭରଶୀଳ ନିର୍ଭିକ ଖବରକାଗଜ ରୁପେ ଖ୍ୟାତି ଅର୍ଜନ କରିଥିବା ଏକମାତ୍ର ଓଡିଆ ଖବରକାଗଜ ବ୍ରାହ୍ମ ମୁହୂର୍ତ୍ତ ତା'ର ଦଶ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିସାରିଛନ୍ତି। ଏହି ଦଶ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଖବରକାଗଜ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବାଦପତ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖବରକାଗଜ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇଥିଲା ଓଡ଼ିଶା ରାଜ୍ୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଉପସଭାପତି ତଥା ବରିଷ୍ଠ ରାଜନେତ୍ରୀ ଡ଼ାକ୍ତର ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କୁ। ସେହିପରି ମୂଖ୍ୟ ବକ୍ତା ରୂପେ ମଞ୍ଚରେ ଉପସ୍ଥିତ ରହିଥିଲେ ରାଜ୍ୟ ଭାରତୀୟ ଜନତା ପାର୍ଟିର ଉପସଭାପତି ଶ୍ରୀଯୁକ୍ତ ଗୋଲକ ମହାପାତ୍ର। କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମରୁ ଶେଷଯାଏ ଉତ୍ସବକୁ ସୁନ୍ଦର ଓ ଆକର୍ଷଣୀୟ ରୂପରେ ମନୋରଞ୍ଜନ ପୂର୍ଣ୍ଣ ହୃଦୟଭରି ଉପସ୍ଥାପନା କରିଥିଲେ ଶ୍ରୀଯୁକ୍ତ ସାରଦା ପ୍ରସାଦ ମହାପାତ୍ର। ପ୍ରଥମେ ଅତିଥି ମାନଙ୍କ ପରିଚୟକୁ ଉପସ୍ଥିତ ଜନସାଧାରଣଙ୍କ ଆଗରେ ବିସ୍ତାର ରୂପେ ବ୍ୟାଖ୍ୟାନ କରି ପରବର୍ତ୍ତୀ ସମୟରେ ରାଜ୍ୟର କୋଣ ଅନୁକୋଣରୁ ପ୍ରକାଶ ପାଉଥିବା ପାଞ୍ଚଟି ଖବରକାଗଜ ସମ୍ପାଦକ ବନ୍ଧୁଙ୍କୁ ଅତିଥିଙ୍କ ଦ୍ଵାରା ସମ...

ମା କରେଇଶୁଣି ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' -୧

ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ଅଳସୁ, ଗଞ୍ଜାମ ପିନ୍ - ୭୬୧୧୨୧ ନିର୍ଦ୍ଧାରଣ ସଂଖ୍ୟା -୧ ଅଦ୍ୟତା - ୧୫/୦୮/୨୦୨୪ ରିଖ ଗୁରୁବାର ଦିନ ପୂର୍ବାହ୍ନ ଘ.୧୦.୩୦ ମିନିଟ୍ ସମୟରେ ମା କରେଇଶୁଣୀଙ୍କ ମନ୍ଦିର ପୀଠ ଠାରେ ସାମ୍ବାଦିକ ଶ୍ରୀ ବ୍ରଜବନ୍ଧୁ ନାୟକଙ୍କ ଆବାହକତ୍ବରେ ଟ୍ରାକ୍ଟର ମାଲିକ ମାନେ ଉପସ୍ଥିତ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଟ୍ରାକ୍ଟର ମାଲିକ ରଙ୍କନିଧି ପ୍ରଧାନ ଙ୍କ ସଭାପତିତ୍ବ କରିଥିଲେ। ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତ ଟ୍ରାକ୍ଟର ମାଲିକ ମାନେ 'ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ' ପଞ୍ଜିକରଣ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ଏବଂ ଶେଷରେ ମା କରେଇଶୁଣୀ ଟ୍ରାକ୍ଟର ମାଲିକ ସେବା ଟ୍ରଷ୍ଟ ନାମରେ ପଞ୍ଜିକରଣ କରିବା ପାଇଁ ସହମତି ପ୍ରଦାନ କରି ଦସ୍ତଖତ କରିଥିଲେ। ଆଗାମୀ ଦିନରେ ସେବା ଟ୍ରଷ୍ଟ ର ସଦସ୍ୟ ଗ୍ରହଣ ପାଇଁ ଆବେଦନ ଦରଖାସ୍ତ ଦାଖଲ କରିବା ଏବଂ ସଦସ୍ୟତା ଦେୟ ରାଶି ସ୍ବରୂପ ପ୍ରାଥମିକ ଦେୟ ଟ.୧୦୫୧ଙ୍କା ପୈଠ କରିବା ପାଇଁ ସମୟ ଧାର୍ଯ୍ୟ କରାଗଲା। ତତ୍ ସହିତ ପ୍ରତ୍ୟେକ ସଦସ୍ୟ ମାନେ ପ୍ରତି ମାସରେ ସଦସ୍ୟତା ଦେୟ ସ୍ବରୂପ ୫୫୧.ଟଙ୍କା ପୈଠ କରିବା ପାଇଁ ସ୍ଥିର କରାଗଲା। ସମସ୍ତ ସଦସ୍ୟ ମାନଙ୍କ ଠାରୁ ସଂଗୃହିତ ଅର୍ଥ ରାଶି ଦୁଇ ଜଣ ସଦସ୍ୟ (ସଭାପତି ଏବଂ ସମ୍ପାଦକ)ଙ୍କ ନାମରେ ଖାତା ଖୋଲାଯାଇ ଉକ୍ତ ବ୍ୟାଙ୍କ ଖାତାରେ ସବୁବେଳେ ଜମା ରଖିବା ପା...

କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ, ଖଟିଆ ଭାର ଭରସାରେ ଗର୍ଭବତୀ ମହିଳା - ଝରିଗାଁ

  କୁମ୍ଭକର୍ଣ୍ଣ ନିଦ୍ରାରେ ବିକାଶ  ଝରୀଗାଁ(ବ୍ରାହ୍ମ ମୁହୂର୍ତ୍ତ)-:28/05/25 କଥାରେ ଅଛି ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏହି ଉକ୍ତିର ସଫଳ ପରୀକ୍ଷଣ ହୋଇଛି ଜନ ପ୍ରତିନିଧିତ୍ଵର କାର୍ଯ୍ୟ ଦକ୍ଷତା ଉପରେ। କେବଳ ସୋସିଆଲ ମିଡିଆରେ ଫଟୋ ଉଠାଇ ପ୍ରଚାର ପ୍ରସାର କରିଲେ ଅଞ୍ଚଳର ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୁଏନାହିଁ ବରଂ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ଲୋକମାନେ କହୁଛନ୍ତି। ଏଭଳି କିଛି ରୋଚକ ଖବର ଏବେକାର ସମୟରେ ରାଜ୍ୟର ବିକଶିତ ଡବଲ ଇଂଜିନ୍ ସରକାରଙ୍କ ସଫଳତା ଉପରେ କାଦୁଅ ଫିଙ୍ଗା ଯାଇଥିବା ନୀତି ଆପଣାଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ  ଗର୍ଭବତୀ ମହିଳାଙ୍କୁ ଦେଡ କିଲୋମିଟର ଖଟିଆରେ ବୁହା ଯାଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ର ଡୁମୁନିଗୁଡା ଗାଁ ରେ ।ଡୁମୁନିଗୁଡା ଗାଁ ର ଚକ୍ରଧର ଜାନି ଙ୍କ ସ୍ତ୍ରୀ ବିମଳା ଜାନି ଙ୍କୁ ପ୍ରସବ ଯନ୍ତ୍ରଣା  ଆରମ୍ଭ ହେବାରୁ ପରିବାର ଲୋକ  ଆମ୍ବୁଲାନ୍ସକୁ ଯ...