ସହୀଦ ଗୋପି ପୁଜାରୀ ସାଂସ୍କୃତିକ କ୍ଲବର ୩୧ ତମ ପ୍ରତିଷ୍ଠା ଦିବସ ପାଳିତ
ସହୀଦ ଗୋପି ପୁଜାରୀ ସାଂସ୍କୃତିକ କ୍ଲବର ୩୧ ତମ ପ୍ରତିଷ୍ଠା ଦିବସ ପାଳିତ ବାଲିମେଳା (ବ୍ରାହ୍ମ ମୁହୂର୍ତ୍ତ ବ୍ୟୁରୋ),୩୧/୧୨, ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ସହୀଦ ଗୋପି ପୁଜାରୀ ସାଂସ୍କୃତିକ କ୍ଲବର ୩୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛିା ଏହି କ୍ଲବ ଗତ ୩୧.୧୨.୧୯୯୨ ମସିହାରେ ପ୍ରତିଷ୍ଠା ହୋଇଥଇବା ବେଳେ କ୍ଲବ ଜରିଆରେ ବିଭିନ୍ନ କାର୍ଯ୍ୟ କରା ଯାଇଛିା ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ରକ୍ତଦାନ ଶିବିର, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଭଳି କାର୍ଯ୍ୟ କରି ଜିଲ୍ଲାରେ ଏକ ଉତମ କ୍ଲବ ଭାବେ ପରିଚିତ ହୋଇ ପାରିଛିା ସେହିପରି ପ୍ରତି ବର୍ଷ ଜାନୁଆରୀ ୨୬ ସାଧାରଣ ତନ୍ତ୍ର ଦିବସ ଓ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ମାନଙ୍କରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କୁ ସଚେତନ ବାର୍ତା ଦେଇ ଆସୁଅଛିା ଏହି କ୍ଲବର ସମସ୍ତ ସଭ୍ୟ ମାନେ ଏକାଗ୍ରତାରେ କ୍ଲବର ଉନ୍ନତି କରିବା ସହ ଏପରି କାର୍ଯ୍ୟ କରି ଆସୁଥିବାରୁ ଅଂଚଳବାସୀ କ୍ଲବର ସମସ୍ତ ସଭ୍ୟ ମାନଙ୍କୁ ଭୁଏସି ପ୍ରଶଂସା କରି ଆସୁଛନ୍ତିା ଆଜି ୩୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ କ୍ଲବ ପରିସରରେ କ୍ଲବର ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳିତ କରିଛନ୍ତିା